2 Chronicles 5:6 — Compare Translations

5 translations compared side by side

Odia - 1840
"ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ନିଯମ-ସିନ୍ଦୁକ ସମ୍ମୁଖ ରେ ଏକାଠି ହେଲେ। ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ମଷେ ଓ ଷଣ୍ଢଗୁଡ଼ିକୁ ହାମବେଳି ରୂପେ ବଳିଦାନ ଦେଲେ। ସହେି ବଳିକୃତ ମଷେ ଓ ଷଣ୍ଢ ସଂଖ୍ଯା ଏତେ ଥିଲା ଯେ, ତା'କୁ କହେି ଗଣିପାରିଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ତଳୀ ସିନ୍ଦୁକ ସମ୍ମୁଖରେ ଥାଇ ମେଷ ଓ ଗୋରୁ ବଳିଦାନ କଲେ, ବାହୁଲ୍ୟପ୍ରଯୁକ୍ତ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା।