2 Corinthians 12:2 — Compare Translations

7 translations compared side by side

Odia - 1840
"ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟ ରେ ଥିବା ଲୋକକୁ ମୁଁ ଜାଣେ (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ବର୍ଗକୁ ନିଆଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ଵର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ଵର ଜାଣନ୍ତି) ।
Odia BSI (ପବିତ୍ର ବାଇବଲ (CL) NT (BSI))
ଖ୍ରୀଷ୍ଟାଶ୍ରିତ ଜଣେ ବ୍ୟକ୍ତି ଚଉଦ ବର୍ଷ ତଳେ ତୃତୀୟ ସ୍ୱର୍ଗକୁ ଯାଇଥିଲେ (ସେ ସୁଶରୀରରେ ଯାଇଥିଲେ କିମ୍ବା ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେ ନାହିଁ, ତାହା କେବଳ ଈଶ୍ୱର ଜାଣନ୍ତି)।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟରେ ଥିବା ଲୋକକୁ ମୁଁ ଜାଣେ (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ୱର୍ଗକୁ ନିଆଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
Odia IRV 2017 (ଓଡିଆ ବାଇବେଲ)
ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕ್ರಿಸ್ತಾಚ್ಯಾ ಎಕ್ವಟ್ಟಾತ್ ಅಸಲ್ಲ್ಯಾ ಎಕ್ ಮಾನ್ಸಾಕ್ ಮಿಯಾ ವಳಕ್ತಾ ಚೆವ್ದಾ ವರ್ಸಾಂಚ್ಯಾ ಅದ್ದಿ ತೆಕಾ ತಿನ್ವ್ಯಾ ಸರ್‍ಗಾರ್ ವೊಡುನ್ ಘೆವ್ನ್ ಹೊಲ್ಲೆ. ಹೆ ಆಂಗಾ ಸಮೆತ್ ಹೊಲೆ ಕಾಯ್ ಆಂಗ್ ನಸ್ತಾನಾಚ್ ಹೊಲೆ ತೆ ಮಾಕಾ ಗೊತ್ತ್ ನಾ; ತೆ ದೆವಾಕುಚ್ ಗೊತ್ತ್.