2 Corinthians 12:6 — Compare Translations

7 translations compared side by side

Odia - 1840
"ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଚାହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ଯକଥା କ ହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମାେ ବିଷୟ ରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା ଠାରୁ ଅଧିକ ବୋଲି ମାେତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟକହିବି; କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ଵା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷା; ହୋଇଥାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦର୍ପ କରିବା ମୋ’ ପକ୍ଷରେ ନିର୍ବୋଧତା ହେବ ନାହିଁ, କାରଣ ମୁଁ ଦତ କଥା କହିବି। କିନ୍ତୁ ମୁଁ ଦର୍ପ କରୁ ନାହିଁ, କାରଣ ମୁଁ ଚାହେଁ, ଲୋକେ ମୋତେ ଯେପରି କାର୍ଯ୍ୟ କରିବାର ଦେଖନ୍ତି ବା ମୋ’ଠାରୁ ଯେପରି କଥା ଶୁଣନ୍ତି, ତା’ଠାରୁ ମୋତେ ଦଡ଼ ବୋଲି ମନେ ନ କରନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଗ୍ଭହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ୟକଥା କହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମୋ’ ବିଷୟରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା’ଠାରୁ ଅଧିକ ବୋଲି ମୋତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ।
Odia IRV 2017 (ଓଡିଆ ବାଇବେଲ)
ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋ'ଠାରୁ ଯେପ୍ରକାର ଶୁଣେ, ମୋ' ପ୍ରତି ପ୍ରକାଶିିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋ' ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಮಾಜಿ ಬಡಾಯ್ ಸಾಂಗಿಲ್‍ತರ್ ತೆ ಪಿಶೆಪಾನ್ ಹೊಯ್ನಾ, ಕಶ್ಯಾಕ್ ಮಟ್ಲ್ಯಾರ್ ಮಿಯಾ ಬೊಲ್ತಾ ತೆ ಖರೆ ಹಾಯ್. ಜಾಲ್ಯಾರ್ಬಿ ಮಾಜ್ಯಾ ಭುತ್ತುರ್ ದಿಸ್ತಾ ಅನಿ ಮಾಜೆಕ್ನಾ ಆಯ್ಕುಕ್ ಗಾವ್ತಾ ತೆಚ್ಯಾನ್ಕಿ ಜಾಸ್ತಿ ಮಾಜ್ಯಾ ವಿಶಯಾತ್ ಮೊಟೆ ಕೊನ್‍ಬಿ ಚಿಂತ್ತಲೆ ನಕ್ಕೊ. ತಸೆ ಮನುನ್ ಮಿಯಾ ಸಾಂಗಿನಾ.