2 Corinthians 12:7 — Compare Translations

7 translations compared side by side

Odia - 1840
"ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋତେ ପ୍ରହାର କରିବା ପାଇଁ ମୋହର ଶରୀରରେ ଶୟତାନର ଦୂତ ସ୍ଵରୂପ ଗୋଟିଏ କଣ୍ଟକ ଦିଆଗଲା, ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ତାହା ଦିଆଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଅନନ୍ୟ ସାଧାରଣ ପ୍ରତ୍ୟାଦେଶ ଲାଭ କରି ମୁଁ ଯେପରି ଅହଂକାରୀ ହୋଇ ନ ପଡ଼େ, ଏଥିପାଇଁ ମୋ’ ଶରୀରରେ ଏକ ଯନ୍ତ୍ରଣାଦାୟକ ବ୍ୟାଧି ଦିଅ।।ଯାଇଛି, ଏହା ମୋତେ ଗର୍ବିତ ନ ହେବା ପାଇଁ ଶୟତାନର ଦୂତ ଭଳି କାର୍ଯ୍ୟ କରିଥାଏ।
Odia Bible ERV 2004 (ପବିତ୍ର ବାଇବଲ)
ମୋତେ ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ ପ୍ରତ୍ୟାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ୟଧିକ ଗର୍ବ କରିବି, ସେଥିପାଇଁ ମୋତେ ଶରୀରରେ ଯନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ୱରୂପେ ଏହା ମୋତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମୋତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಕಾ ದಾಕ್ವುನ್ ದಿಲ್ಲ್ಯಾ ಸಾದಾರನ್ ನ್ಹಯ್ ಹೊತ್ತ್ಯಾ ದಾಕ್ವನಿ ವಿಶಯಾತ್ ಸಾಂಗುಚೆ ಹೊಲ್ಯಾರ್, ಮಿಯಾ ತೆಚೆಸಾಟ್ನಿ ಗುರುಕಿತ್ ಪಡುಚೆ ನ್ಹಯ್ ಮನುನ್ ಮಾಜ್ಯಾ ಆಂಗಾತ್ ಅಳಕ್ತಲೊ ಕಾಟೊ ದಿಲ್ಲೊ ಹಾಯ್, ಮಿಯಾ ಗರುಕಿ ಕರುಚೆ ನ್ಹಯ್ ಮನುನ್, ಹ್ಯೊ ಸೈತಾನಾಚೊ ದುತ್ ಮಾಕಾ ಮುಟ್ಕೊ ಮಾರಿತ್ ಅನಿ ಟೊಪುನ್ಗೆತ್ ರಾತಾ..