2 Corinthians 12:9 — Compare Translations
7 translations compared side by side
Odia - 1840
"କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ । ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋʼ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପ୍ରଭୁ ମୋତେ କହିଲେ, “ତୁମ୍ଭ ପାଇଁ ମୋର ଅନୁଗ୍ରହ ଯଥେଷ୍ଟ। ଯେତେବେଳେ ତୁମ୍ଭେ ଦୁର୍ବଳ, ସେତେବେଳେ ମୋର ଶକ୍ତି ତୁମ୍ଭଠାରେ ପରିପୂର୍ଣ୍ଣତା ଭାବେ ଦେଖା ଦିଏ।” ଅତଏବ ମୁଁ ମୋର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବାରେ ଆନନ୍ଦ ପାଏ। ଏହା ଦ୍ୱାରା ଖ୍ରୀଷ୍ଟଙ୍କର ଶକ୍ତି ମୋ’ଠାରେ ରହିଥିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ମୋତେ କହିଅଛନ୍ତି, “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ । ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತೆನಿ ಮಟ್ಲ್ಯಾನ್, "ಮಾಜಿ ಕುರ್ಪಾ ತುಕಾ ಫಿರೆ, ಕಶ್ಯಾಕ್ ಮಟ್ಲ್ಯಾರ್ ಮಾನ್ಸಾಚ್ಯಾ ಬಳ್ನಸಲ್ಲ್ಯಾ ಪರಿಸ್ಥಿತಿತ್ ಮಾಜೊ ಸಗ್ಳೊ ಬಳ್ ದಿಸುನ್ ಯೆತಾ," ತಸೆಮನುನ್ ಕ್ರಿಸ್ತಾಚೊ ಬಳ್ ಮಾಜ್ಯಾ ಭುತ್ತುರ್ ವಸ್ತಿ ಕರುಸಾಟಿ ಮಾಜ್ಯಾ ಬಳನಸಲ್ಲ್ಯಾ ಪರಿಸ್ಥಿತಿಚೆ ಮೊಟೆಪಾನ್ ಮಿಯಾ ಖುಶಿನ್ ಸಾಂಗ್ತಾ.