2 Corinthians 13:4 — Compare Translations

7 translations compared side by side

Odia - 1840
"ଏହା ସତ୍ଯ ଯେ, ଯେତବେେଳେ ଖ୍ରୀଷ୍ଟ କୃଶ ଉପରେ ଚଢି଼ଲେ ସେତବେେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ବରଙ୍କ ମହାଶକ୍ତି ରେ ସେ ଜୀବିତ। ଆମ୍ଭେ ମଧ୍ଯ ଖ୍ରୀଷ୍ଟଙ୍କଠା ରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ବରଙ୍କ ଶକ୍ତି ରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ଯ ଜୀବିତ ହାଇେ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି । କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ଵରଙ୍କ ଶକ୍ତି ହେତୁ ସେ ଜୀବିତ । ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ଵରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଦୁର୍ବଳ ହୋଇ କ୍ରୁଶରେ ନିହତ ହେଲେ ମଧ୍ୟ ଈଶ୍ୱରଙ୍କ ପରାକ୍ରମରେ ଏବେ ଜୀବିତ ଅଛନ୍ତି। ତାଙ୍କ ସହିତ ମିଳିତ ହୋଇ ଆମେ ମଧ୍ୟ ଦୁର୍ବଳ ହୋଇଛୁ, କିନ୍ତୁ ତୁମ ସହିତ ଆମ ସର୍ମ୍ପକରେ ଈଶ୍ୱରଙ୍କ ପରାକ୍ରମର ଅଂଶୀ ହୋଇ ଖ୍ରୀଷ୍ଟଙ୍କ ସହିତ ଆମେ ଜୀବତ ହେବା।
Odia Bible ERV 2004 (ପବିତ୍ର ବାଇବଲ)
ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।
Odia IRV 2017 (ଓଡିଆ ବାଇବେଲ)
ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି । କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ୱରଙ୍କ ଶକ୍ତି ହେତୁ ସେ ଜୀବିତ । ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ୱରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ಲ್ಯಾ ಬಳನಸಲ್ಲ್ಯಾ ಪರಿಸ್ಥಿತಿಕ್ ಲಾಗುನ್ ತೊ ಕುರ್ಸಾರ್ ಮರ್ಲೊ ತೆ ಖರೆ ಹಾಯ್. ಹೊಲ್ಯಾರ್ ಬಿ ದೆವಾಚ್ಯಾ ತಾಕ್ತಿನ್ ತೊ ಅತ್ತಾ ಝಿತ್ತೊ ಹಾಯ್, ಅಮಿ ತೆಚ್ಯಾ ವಾಂಗ್ಡಾ ಬಳನಸಲ್ಲೆ, ಖರೆ ತುಮ್ಚಿ ಸೆವಾ ಕರುಕ್ ದೆವಾಚ್ಯಾ ತಾಕ್ತಿನ್ ಅಮಿ ತೆಚ್ಯಾ ವಾಂಗ್ಡಾ ಜಿವನ್ ಕರ್ತಾವ್.