2 Corinthians 3:7 — Compare Translations

7 translations compared side by side

Odia - 1840
"ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,
Odia BSI (ପବିତ୍ର ବାଇବଲ (CL) NT (BSI))
ପାଷାଣ ଫଳକରେ ଖୋଦିତ ବ୍ୟବସ୍ଥାର ପ୍ରତିଷ୍ଠା ସମୟରେ ଈଶ୍ୱରଙ୍କ ଗୌରବ ପ୍ରକାଶିତ ହୋଇଥିଲେ ମଧ୍ୟ ମୋଶାଙ୍କ ଉଜ୍ଜ୍ୱଳ ମୁଖ ଆଡ଼କୁ ଇଶ୍ରାୟେଲ ଲୋକମାନେ ଚାହିଁପାରି ନ ଥିଲେ। ମୃତ୍ୟୁ ଘଟାଉଥିବା ବ୍ୟବସ୍ଥା ଯଦି ଏପରି ଗୌରବର ସହିତପ୍ରକାଶ ପାଇଲା,
Odia Bible ERV 2004 (ପବିତ୍ର ବାଇବଲ)
ନୂତନ ଚୁକ୍ତି ଅଧିକ ମହିମା ଆଣେ ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ଲୋକମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,
Odia IRV 2017 (ଓଡିଆ ବାଇବେଲ)
ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮರಾನ್ ಹಾನ್ತಲೊ ಖಾಯ್ದೊ ಗುಂಡ್ಯಾಂಚ್ಯಾ ಫಳಿ ವೈನಿ ಲಿವ್ನ್ ಹೊಲಾ, ಅನಿ ತೆ ದಿಲ್ಲ್ಯಾ ತನ್ನಾ ದೆವಾಚಿ ಮಹಿಮಾ ದಿಸ್ಲಿ, ಮೊಯ್ಜೆಚ್ಯಾ ತೊಂಡಾ ವೈಲೊ ಉಜ್ವೊಡ್ ಸೈತ್ ತರಾಸಾಚೊ ಹೊತ್ತೊ. ತೊ ಉಜ್ವೊಡ್ ಲೈ ಮೊಟೊ ಹೊತ್ತೊ. ತಸೆ ಮನುನ್ ಇಸ್ರಾಯೆಲಾಚ್ಯಾ ಲೊಕಾಕ್ನಿ ಅಪ್ನಾಚ್ಯಾ ಡೊಳಾನಿ ತೆಕಾ ಬಗುಕ್ ಹೊವುಕ್ನಾ.