2 Corinthians 5:12 — Compare Translations
7 translations compared side by side
Odia - 1840
"ଆମ୍ଭେ ତୁମ୍ଭମାନଙ୍କ ଆଗ ରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭମାନେେ ଗର୍ବ ଅନୁଭବ କରି ପାରିବ। ତା' ହେଲେ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭମାନେେ ଉତ୍ତର ଦଇେ ପାରିବ। ସେ ଲୋକମାନେ ଜଣକର ହୃଦୟ ରେ କ'ଣ ଅଛି, ତହିଁ ପାଇଁ ସମାନେେ ମନୋୟୋଗ କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇ ପାର, ଏଥିନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ଆଉ ଥରେ ତୁମ୍ଭମାନଙ୍କ ନିକଟରେ ଆମୂବଡ଼ିମା କରିବାରୁ ଚାହୁଁ ନାହୁଁ। ବରଂ ଆମ ସମ୍ପର୍କରେ ଯଥାର୍ଥରେ ଦର୍ପ କରିବା ପାଇଁ ତୁମ୍ଭମାନଙ୍କୁ ସୁଯୋଗ ଦେବା ଆମର ଉଦ୍ଦେଶ୍ୟ। ତା’ହେଲେ, ଅନ୍ତରର ଗୁଣ ନ ଦେଖି କେବଳ ବାହ୍ୟିକ ଆଡ଼ମ୍ବର ଲକ୍ଷ୍ୟ କରି ଯେଉଁମାନେ ଦର୍ପ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ଉପଯୁକ୍ତ ଉତ୍ତର ଦେଇ ପାରିବ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା’ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ।
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥି ନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚ್ಯಾ ಇದ್ರಾಕ್ ಅಮ್ಚ್ಯಾಚ್ ವಿಶಯಾತ್ ಅನಿಪರ್ತುನ್ ಬೊಲುಕ್ ಮಿಯಾ ಬಗಿನಾ, ಅಮ್ಚ್ಯಾ ವಿಶಯಾತ್ ಅಭಿಮಾನ್ ಸಾಂಗುಕ್ ತುಮ್ಕಾ ಎಕ್ ಅವ್ಕಾಸ್ ದಿವ್ಚೆ ಮನುನ್ ಮಿಯಾ ಬಗುಕ್ ಲಾಗ್ಲಾ. ಹೆಚ್ಯಾ ವೈನಾ ಎಕ್ಲ್ಯಾಚ್ಯಾ ಮನಾಚೆ ಖರೆ ಮಹತ್ವ್ ಸೊಡುನ್, ತೆಚ್ಯಾ ಭಾಯ್ಲ್ಯಾ ದರ್ಬಾರಾಚೆ ಮೊಟೆಪಾನ್ ಚಿಂತ್ತಲ್ಯಾಕ್ನಿ ಪಾಜೆ ಹೊಲ್ಲೊ ಜಬಾಬ್ ತುಮ್ಚೆನ್ ದಿವ್ಕ್ ಹೊತಾ.