2 Corinthians 5:4 — Compare Translations
7 translations compared side by side
Odia - 1840
"ଏହି ଶରୀରରୂପ ତମ୍ବୁ ରେ ରହିଲା ବେଳେ ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ଅଭି ଯୋଗ କରୁ। ମାରେ କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦବୋ ପାଇଁ ଚାହୁଁ। କିନ୍ତୁ ଆମ୍ଭେ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ ହବୋକୁ ଇଚ୍ଛା କରୁ। ତା' ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ବାରା ଘାଡ଼ୋଇ ହାଇେ ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଆମ୍ଭେମାନେ ଏହି ତମ୍ଵୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥିନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ଏହି ପାର୍ଥିବ ତମ୍ବୁରେ ରହିଥିଲାବେଳେ ଭାରାକ୍ରାନ୍ତ ହୃଦୟରେ ଅର୍ତ୍ତାନାଦ କରୁଛୁଁ। ପାର୍ଥିବ ଶରୀର ପରିତ୍ୟାଗ କରିବା ଆମର ଅଭିପ୍ରାୟ ନୁହେଁ, ମାତ୍ର ଆମେ ଚାହୁଁ, ସ୍ୱର୍ଗୀୟ ବସ୍ତ୍ର ପରିଧାନ କରିବା ସ୍ୱରା ଆମର ଏହି ମର ଶରୀର ଯେପରି ଅମରତ୍ୱରେ ଆଚ୍ଛାଦିତ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା’ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥିନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
Odia IRV 2017 (ଓଡିଆ ବାଇବେଲ)
କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಜಗಾಚ್ಯಾ ಬಿರಾಡಾತ್ ರ್ಹಾತಾನಾ, ಅಮಿ ಉಸ್ಕಾರ್ತಾವ್ ಅನಿ ಚಿಂತೆನ್ ಭರುನ್ ರ್ಹಾತಾಂವ್. ಜಾಲ್ಯಾರ್ಬಿ ಅಮ್ಕಾ ಆಮ್ಚೆ ಆಂಗ್ ನಾಗ್ಡೆ ಕರಲ್ಲೆ ಬಗುಕ್ ನಕ್ಕೊ; ಅಮ್ಚ್ಯಾ ವರ್ತಿ ನ್ಹವೆ ನೆಸಾಪ್ ನೆಸುಕ್ ಮಟ್ಲ್ಯಾರ್ ಸರ್ಗಾಚೆ ನೆಸಾಪ್, ತೆ ನಾಸ್ ಹೊತಲೆ ಬದ್ಲುನ್ ಶಾಶ್ವತ್ ಜಿವನ್ ಹೊವ್ನ್ ಬದಲ್ತಾ, ತೆ ನೆಸುಚೆ ಮನ್ತಲಿಚ್ ಅಮ್ಚಿ ಆಶಾ.