2 Corinthians 7:11 — Compare Translations

7 translations compared side by side

Odia - 1840
"ଦେଖ, ଈଶ୍ବରଙ୍କ ଇଚ୍ଛାନୁସା ରେ ତୁମ୍ଭମାନେେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ ଯୋଗୀ କରିଛି। ତୁମ୍ଭମାନେେ ଭୁଲ ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କୋର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ ରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ପ୍ରମାଣିତ କରି ଦଇେଛି ଯେ, ତୁମ୍ଭମାନେେ ସହେି ସମସ୍ଯାର କୌଣସି ଅଂଶ ପାଇଁ ମଧ୍ଯ ଦୋଷୀ ନ ଥିଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଦେଖ, ଈଶ୍ଵରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ତନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି । ଏବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦେଖ, ଈଶ୍ୱରଙ୍କ ଅଭିପ୍ରେତ ଏହି ଦୁଃଖ ତୁମ୍ଭମାନଙ୍କ ମନରେ କେତେ ଆଗ୍ରହ, କେତେ ଭୟ, କେତେ ଉତ୍ତେଜନା, ଆତ୍ମସଂଶୋଧନ ପାଇଁ କେତେ ପ୍ରେରଣା, ଦୁଷ୍କର୍ମକାରୀମାନଙ୍କୁ ଶାସ୍ତି ଦେବାକୁ କେତେ ତତ୍ସରତା ସଂଚାରିତ କରିଛି। ଏସବୁ ବିଷୟରେ ତୁମ୍ଭେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛ।
Odia Bible ERV 2004 (ପବିତ୍ର ବାଇବଲ)
ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍‌‌ଯୋଗୀ କରିଛି। ତୁମ୍ଭେମାନେ ଭୁ‌ଲ୍‌ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କ୍ରୋଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିଛି। ତୁମ୍ଭେମାନେ ପ୍ରତ୍ୟେକ କଥାରେ ପ୍ରମାଣିତ କରି ଦେଇଛ ଯେ, ତୁମ୍ଭେମାନେ ସେହି ସମସ୍ୟାର କୌଣସି ଅଂଶ ପାଇଁ ମଧ୍ୟ ଦୋଷୀ ନ ଥିଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଦେଖ, ଈଶ୍ବରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‌ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି। ଏହି ବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‍ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି । ଏବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣଦେଇଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಗಾ ತುಮಿ ದೆವಾಚ್ಯಾ ಇಚ್ಚಾ ಪರ್ಕಾರ್ ದುಖ್ ಸೊಸಲ್ಲ್ಯಾಕ್ ಕಾಯ್ ಸಗ್ಳೆ ಪ್ರತಿ ಫಳ್ ತುಮ್ಕಾ ಗಾವ್ಲಾ, ಕವ್ಡಿ ಉಮ್ಮೆದ್ ತುಮ್ಚ್ಯಾ ಮದ್ದಿ ಭರ್ಲಾ! ತುಮಿ ಚುಕೆತ್ ನಸಲ್ಲೆ ಮನುನ್ ದಾಕ್ವುಕ್ ಕವ್ಡೆ ಬಗುಲ್ಯಾಶಿ, ಕಸ್ಲೊ ಸಂತಾಪ್, ಕಸ್ಲೆ ಭಿಂಯೆ, ಅನಿ ಕಸ್ಲಿ ಉರ್ಬಾ, ನ್ಯಾಯ್‍ನಿತ್ ಹುರಿ ಸರ್ಕೆ ಕರುನ್ ತುಮಿ ಚುಕೆತ್ ನಾಶಿ ಮನುನ್ ತುಮಿ ದಾಕ್ವುನ್ ದಿಲ್ಯಾಶಿ.