2 Corinthians 7:12 — Compare Translations
7 translations compared side by side
Odia - 1840
"ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହାଇେଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ବରଙ୍କ ଆଗ ରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭମାନେେ ଯେପରି ଦେଖିପାର, ସେଥିପାଇଁ ଲେଖିଥିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ଵରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି । ଅତଏବ, ଆମ୍ଭେମାନେ ସାନ୍ତ୍ଵନା ପ୍ରାପ୍ତ ହୋଇଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭାନଙ୍କ ମଧ୍ୟରୁ ଯେ ଅନ୍ୟାୟ କରିଛି ବା ଯେ ଅନ୍ୟାୟ ସହିଛି, ତା’ ଉଦ୍ଦେଶ୍ୟରେ ମୁଁ ସେହି ଚିଠି ଲେଖି ନ ଥିଲି। ବରଂ ଈଶ୍ୱରଙ୍କ ଦୃଷ୍ଟିରେ ଆମ ପ୍ରତି ତୁମର ଭକ୍ତି କେତେ ଗଭୀର ଓ
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି। ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି,ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ୱରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି । ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಮಿಯಾ ತುಮ್ಕಾ ಲಿವಲ್ಲಿ ಚಿಟಿ ಎಕ್ಲ್ಯಾನ್ ಅನ್ನ್ಯಾಯ್ ಕರ್ಲ್ಯಾನಾಯ್ ನಾಹೊಲ್ಯಾರ್ ದುಸ್ರ್ಯಾನ್ ಅನ್ನ್ಯಾಯ್ ಸೊಸ್ಲ್ಯಾನಾಯ್ ಮನುನ್ ದಾಕ್ವುನ್ ದಿತಲ್ಯಾ ಕಾರನಾನ್ ನ್ಹಯ್ ಮಾಕಾ ತುಮ್ಚ್ಯಾ ವರ್ತಿ ಹೊತ್ತೊ ಪ್ರೆಮ್ ಕವ್ಡೊ ಜಗ್ಗೊಳ್ಲೊ ಮನುನ್ ದೆವಾಚ್ಯಾ ಇದ್ರಾಕ್ ತುಮ್ಕಾ ಸಾಂಗ್ತಲ್ಯಾ ಉದ್ದೆಶಾನ್ ಮಿಯಾ ತೆ ಲಿವಲ್ಲೆ.