2 Corinthians 8:10 — Compare Translations

7 translations compared side by side

Odia - 1840
"ଏହି ବିଷୟ ରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ ରେଷ୍ଠ। ଗତ ବର୍ଷ ତୁମ୍ଭମାନେେ ପ୍ରଥମେ ଦାନ ଦବୋପାଇଁ ଇଚ୍ଛା କରିଥିଲ ଓ ପ୍ରକୃତ ରେ ପ୍ରଥମେ ଦାନ ମଧ୍ଯ ଦଇେଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭମାନେେ ଆରମ୍ଭ କରିଥିଲ ତାହାକୁ ଶଷେ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏସମ୍ଵନ୍ଧରେ ମୋର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ, ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;
Odia BSI (ପବିତ୍ର ବାଇବଲ (CL) NT (BSI))
ଏ ବିଷୟରେ ତୁମ୍ଭମାନଙ୍କୁ ମୋର ଏହି ପରାମର୍ଶ- ଗତବର୍ଷ ତୁମ୍ଭେମାନେ ଯାହା ଆରମ୍ଭ କରିଥିଲ,ତାହା ବର୍ତ୍ତମାନ ଶେଷ କରିବା ତୁମ୍ଭମାନଙ୍କର ଉଚିତ୍। କେବଳ କାର୍ଯ୍ୟ କରିବାରେ ନୁହେଁ, କାତ୍ର କାର୍ଯ୍ୟ କରିବାକୁ ସଙ୍କଳ୍ପ ପ୍ରକାଶ କରିବାରେ ତୁମ୍ଭେମାନେ ହେଉଛ ପ୍ରଥମ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏ ସମ୍ବନ୍ଧରେ ମୋହର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ, ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;
Odia IRV 2017 (ଓଡିଆ ବାଇବେଲ)
ଏ ସମ୍ବନ୍ଧରେ ମୋର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ,ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಸಂಗ್ತಿಚ್ಯಾ ವಿಶಯಾತ್ ಮಿಯಾ ತುಮ್ಕಾ ಎಕ್ ಬುದ್ದ್ ಸಾಂಗ್ತಲೆ ತುಮ್ಚ್ಯಾ ಬರ್‍ಯಾಕ್ ಪಡ್ತಾ. ಎಕ್ ವರ್ಸಾಚ್ಯಾ ಅದ್ದಿ ತುಮಿಚ್ ಹೆ ಕಾಮ್ ಸುರು ಕರಲ್ಲ್ಯಾಸಿ, ತೆಬಿ ತುಮ್ಚ್ಯಾ ಎವ್ಡ್ಯಾಕ್ ತುಮಿಚ್ ಸುರು ಕರಲ್ಲ್ಯಾಸಿ.