2 Corinthians 8:7 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ବିଶ୍ବାସ, ବାକ୍ଯପ୍ରଚାର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭମାନେେ ଶିଖିଥିବା ପ୍ ରମେ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦବୋ ସବୋ ରେ ତୁମ୍ଭମାନେେ ଧନୀ ହୁଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ବିଶ୍ଵାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହକାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ବିଶ୍ୱାସ, ବାକ୍ପଟୁତା, ଜ୍ଞାନ, ସାହାଯ୍ୟ କରିବାରେ ଆଗ୍ରହ ଓ ଆମ ପ୍ରତି ପ୍ରେମ ପ୍ରଦର୍ଶନରେ ପ୍ରାଚୁର୍ଯ୍ୟରେ ପରିଚୟ ଦେଇଛି। ତେଣୁ ଏହି ସେବା କାର୍ଯ୍ୟରେ ମଧ୍ୟ ଦାନଶୀଳ ହୋଇ ପ୍ରେମର ପରିଚୟ ଦିଅ, ଏହା ମୋର ଇଚ୍ଛା।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।
Odia IRV 2017 (ଓଡିଆ ବାଇବେଲ)
ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳ್ಯಾ ಸಂಗ್ತಿಯಾತ್ನಿ ಕಶೆ ತುಮಿ ಪಯ್ಲೆ ಮಟ್ಲ್ಯಾರ್ ವಿಶ್ವಾಸಾನ್ ಪ್ರಚಾರ್ ಕರ್ತಲ್ಯಾ ಉಶ್ಯಾರ್ಕಿನ್ ಶಾನ್ಪಾನಾನ್, ಮಜತ್ ದಿತಲ್ಯಾ ಬರ್ಯಾ ಕಾಮಾತ್ ಅನಿ ಅಮಿ ತುಮ್ಕಾ ಶಿಕ್ವಲ್ಲ್ಯಾ ಪ್ರೆಮಾನ್, ತಶೆಚ್ ಹ್ಯಾ ದಾನ್ ಕರ್ತಲ್ಯಾ ಬರ್ಯಾ ಕಾಮಾಚ್ಯಾ ವೈನಾ ತುಮಿ ಪಯ್ಲೆಚಿ ಹೊವಾ.