2 Corinthians 9:13 — Compare Translations

7 translations compared side by side

Odia - 1840
"ତୁମ୍ଭମାନଙ୍କର ଏହି ସବୋ ତୁମ୍ଭମାନଙ୍କର ବିଶ୍ବାସର ପ୍ରମାଣ ଅଟେ। ଏହା ଦ୍ବାରା ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭମାନେେ ଯେ କବଳେ ବିଶ୍ବାସକୁ ସ୍ବୀକାର କରୁଛ ତା ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ଯବହାରିକ ସୁସମାଚାରକୁ ଅନୁସରଣ କରୁଛ। ତୁମ୍ଭମାନେେ ସମାନଙ୍କେ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ବରଙ୍କ ପ୍ରଶଂସା କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅର୍ଥାତ୍ ଏହି ସେବାକର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ଵୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ସେବା କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା ଲାଗି ଓ ସମସ୍ତଙ୍କ ସହିତ ଅଂଶୀ ହୋଇ ତୁମ୍ଭେମାନେ ଯେଉଁ ବଦାନ୍ୟତା ପ୍ରକାଶ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,
Odia IRV 2017 (ଓଡିଆ ବାଇବେଲ)
ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତିବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಪ್ರೆಮಾಚ್ಯಾ ಸೆವೆಚ್ಯಾ ವೈನಾ ತುಮ್ಚೊ ವಿಶ್ವಾಸ್ ಕಸ್ಲೊ ಮನುನ್ ತುಮಿ ದಾಕ್ವುನ್ ದಿತ್ಯಾಶಿ. ಮಟ್ಲ್ಯಾರ್ ಕ್ರಿಸ್ತಾಚಿ ಬರಿ ಖಬರ್ ತುಮಿ ಮಾನುನ್ ಘೆತ್ಯಾಶಿ, ತಶೆಚ್ ಪಾಳ್ತಾಶಿ ಮನುನ್ ಅನಿ ತುಮ್ಚ್ಯಾಕ್ಡೆ ಕಾಯ್ ಹಾಯ್ ತೆ ತೆಂಕಾಬಿ ಅನಿ ದುಸ್ರ್ಯಾಕ್ನಿಬಿ ಸಗ್ಳ್ಯಾ ಮನಾನ್ ತುಮಿ ವಾಟುನ್ ದಿತ್ಯಾಶಿ ಮನುನ್ ಕಳ್ವುನ್ ಘೆವ್ನ್ ದೆವಾಕ್ ಧನ್ಯವಾದ್ ದಿತ್ಯಾತ್.