2 Corinthians 9:2 — Compare Translations

7 translations compared side by side

Odia - 1840
"ମୁଁ ଜାଣେ ଯେ, ତୁମ୍ଭମାନେେ ସାହାୟ୍ଯ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗ ରେ ଗର୍ବ ସହିତ ମୁଁ କୁ ହେ ଯେ, ଆଖାଯାର ଲୋକେ ଗତ ବର୍ଷ ଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହାଇେ ଦାନ ଦବୋ ପାଇଁ ପ୍ରସ୍ତୁତ ଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ଵନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟା ଗତବର୍ଷରୁ ପ୍ରସ୍ତୁତ ହେଲାଣି, ପୁଣି ତୁମ୍ଭମାନଙ୍କ ଉଦ୍ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଜାଣେ, ତୁମ୍ଭେମାନେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଏବଂ ମାସିଦୋନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଦର୍ପ କରିଛି। ମୁଁ କହିଥିଲି, “ଆଖାୟାର ଭାଇମାନେ ସାହାଯ୍ୟ କରିବା ପାଇଁ ଗତବର୍ଷରୁ ପ୍ରସ୍ତୁତ ହୋଇ ରହିଛନ୍ତି।” ତୁମ୍ଭମାନଙ୍କର ଆଗ୍ରହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜାଗ୍ରତ କରିଛି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟାର ବିଶ୍ୱାସୀମାନେ ଗତ ବର୍ଷରୁ ପ୍ରସ୍ତୁତ ହେଲେଣି, ପୁଣି, ତୁମ୍ଭମାନଙ୍କ ଉଦ୍‌ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି।
Odia IRV 2017 (ଓଡିଆ ବାଇବେଲ)
କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟା ଗତ ବର୍ଷରୁ ପ୍ରସ୍ତୁତ ହେଲାଣି, ପୁଣି, ତୁମ୍ଭମାନଙ୍କ ଉଦ୍‌ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಕಾಮಾತ್ ಮಜತ್ ಕರುಕ್ ತುಮ್ಚ್ಯಾ ಭುತ್ತುರ್ ಹೊತ್ತಿ ಇಮೆಂದ್ ಮಾಕಾ ಗೊತ್ತ್ ಹಾಯ್. ಹ್ಯಾ ವಿಶಯಾತ್ ಮೆಸಿದೊನಿಯಾಚ್ಯಾ ಲೊಕಾಂಚ್ಯಾಕ್ಡೆ ತುಮ್ಚೆ ಮೊಟೆಪಾನ್ ಮಿಯಾ ಯೆವ್ನ್ ಗೆಲ್ಲ್ಯಾ ವರ್ಸಾಕ್ನಾ, ಅಖಾಯಿಯಾಚಿ ಭಾವ್ ಭೆನಿಯಾ ಮಜತ್ ಕರುಕ್ ತಯಾರ್ ಹಾತ್ ಮನುನ್ ಮಿಯಾ ಸಾಂಗಿತ್ ಹಾಂವ್. ಹ್ಯಾ ತುಮ್ಚ್ಯಾ ಇಮೆಂದಿ ವೈನಾ ತೆಂಚ್ಯಾತ್ಲ್ಯಾ ಲೈ ಜಾನಾಕ್ನಿ ಇಮೆಂದ್ ಗಾವ್ಲಾ.