2 Corinthians 9:5 — Compare Translations
7 translations compared side by side
Odia - 1840
"ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭମାନେେ ଆସିବା ପୂର୍ବରୁ ମୁଁ ସହେି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ୟିବାପାଇଁ କହିବି। ତାହାହେଲେ ତୁମ୍ଭମାନେେ ଯେଉଁ ଦାନ ଦବୋପାଇଁ ପ୍ରତିଶ୍ରୁତି ଦଇେଥିଲ, ତାହା ସମାନେେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସହେି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ବେଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତୁମ୍ଭମାନଙ୍କର ପୂର୍ବପ୍ରତିଜ୍ଞାତ ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ଵଚ୍ଛନ୍ଦତାର ବିଷୟ ହୁଏ, ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ପ୍ରତିଶ୍ରୁତି ଦେଇଥିବା ଦାନ ସଂଗ୍ରହ କରିବା ପାଇଁ ଏହି ଭାଇମାନଙ୍କୁ ମୋ’ ଯିବା ଆଗରୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେକଲଇ। ତାହାହେଲେ, ମୁଁ ତୁମ୍ଭମାନଙ୍କ ନିକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବା। ଏହାଦ୍ୱାରା ତୁମ୍ଭେମାନେ ନିପକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବ। ଏହାଦ୍ୱାରା ତୁମ୍ଭେମାନେ ବାଧ୍ୟତାମୂଳକଭାବେ ନ ଦେଇ ସ୍ୱତଃପ୍ରବୃତ୍ତ ହୋଇ ଦେଉଛ ବୋଲଇ ପ୍ରକାଶ ପାଇବ।
Odia Bible ERV 2004 (ପବିତ୍ର ବାଇବଲ)
ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ, ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି।
Odia IRV 2017 (ଓଡିଆ ବାଇବେଲ)
ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥି ନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ತುಮಿ ಸಾಂಗಲ್ಲೆ ದಾನ್ ಗೊಳಾ ಕರುಕ್, ಭಾವಾ ಭೆನಿಯಾನು ಜಬರ್ದಸ್ತಿ ಕರ್ತಲೆ ಬರೆ ಮನುನ್ ಮಾಕಾ ದಿಸ್ಲೆ. ಹೆಚ್ಯಾ ವೈನಾ ಜೆ ಕಾಯ್ ಗೊಳಾ ಕರ್ಲ್ಯಾಶಿ, ತೆ ಧಾರಾಳ್ ಮನಾಚೆ ದಾನ್ ಹೊತಾ, ತೆ ತುಮ್ಚ್ಯಾಕ್ನಾ ಜಬರ್ದಸ್ತಿನ್ ಕಾಡುನ್ ಘೆಟಲ್ಲೆ ಹೊಯ್ನಾ.