2 John 1:12 — Compare Translations
7 translations compared side by side
Odia - 1840
"ମାରେ ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମ ରେ ତାହା ଲେଖୁନାହିଁ। ତାହା ବଦଳ ରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତବେେ ଆମ୍ଭେ ମୁହାମୁହିଁ ହାଇେ କଥାବାର୍ତ୍ତା ହାଇପୋରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କର ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋର ତୁମ୍ଭମାନଙ୍କୁ ଅନେକ କଥା କହିବାର ଅଛି- କିନ୍ତୁ କାଗଜ ଓ କାଳିରେ ସେ ସବୁ ଏବେ ମୁଁ କହିବାକୁ ଚାହେଁ ନାହିଁ। ତୁମ୍ଭମାନଙ୍କ ନିକଟକୁ ଆସି ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ହେବାର ଆଶା ମୁଁ ରଖିଛି। ତାହା କରି ପାରିଲେ, ଆମେ ସମ୍ପୁର୍ଣ୍ଣ ସୁଖୀ ହେବା।।
Odia Bible ERV 2004 (ପବିତ୍ର ବାଇବଲ)
ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କର ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಅನಿಬಿ ಲೈ ವಿಶಯಾ ಸಾಂಗ್ತಲೊ ಮನ್ ಹೊತ್ತೊ, ಖರೆ, ಹೆ ಶಾಯಿನ್ ಕಾಗ್ದಾ ವರ್ತಿ ಲಿವ್ನ್ ಸಾಂಗ್ತಲೆ ನಕ್ಕೊ ಮನುನ್ ಮಿಯಾ ಚಿಂತ್ಲಾ, ಮಿಯಾ ಖುದ್ದ್ ತುಮ್ಚ್ಯಾಕ್ಡೆ ಯೆವ್ನ್ ತುಮ್ಕಾ ಭೆಟುನ್ ತುಮ್ಚ್ಯಾಕ್ಡೆ ಬೊಲ್ತಾ ಮನ್ತಲ್ಯಾ ಬರೊಸ್ಯಾನ್ ಮಿಯಾ ಹಾವ್, ಹೆಚ್ಯಾ ವೈನಾ ಅಮ್ಚಿ ಕುಶಿ ಪುರಾ ಹೊತಾ.