2 Kings 10:15 — Compare Translations

5 translations compared side by side

Odia - 1840
"ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିଉତ୍ତାରୁ ସେ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍କୁ ଭେଟିଲେ । ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି? ଏଥିରେ ଯିହୋନାଦବ୍ ଉତ୍ତର କଲା, ହଁ, ଅଛି । ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ । ତହୁଁ ସେ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା କତିକି ରଥ ଉପରକୁ ନେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୋନାଦବଙ୍କ ସହିତ ଯେହୂଙ୍କ ସାକ୍ଷାତ ଏହା ପରେ ଯେହୂ ସେଠାରୁ ପ୍ରସ୍ଥାନ କଲାବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହୋନାଦବଙ୍କୁ ଭେଟିଲେ। ସେ ଯିହୋନାଦବଙ୍କୁ ସ୍ୱାଗତ କରି ପଗ୍ଭରିଲେ, “ତୁମ୍ଭେ ମୋର ବିଶ୍ୱସ୍ତ ବନ୍ଧୁ କି, ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ୱସ୍ତ?” ଯିହୋନାଦବ ଉତ୍ତର ଦେଲେ, “ହଁ, ମୁଁ ତୁମ୍ଭର ଜଣେ ବିଶ୍ୱସ୍ତ ବନ୍ଧୁ।” ତେଣୁ ଯେହୂ କହିଲେ, “ତେବେ ମୋତେ ତୁମ୍ଭ ହସ୍ତ ଦିଅ।” ଯେତେବେଳେ ସେ ହସ୍ତ ବଢ଼ାଇଲେ ଯେହୂ ତାଙ୍କୁ ଆପଣା ରଥ ଉପରକୁ ଟାଣି ଆଣିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍‍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି?” ଏଥିରେ ଯିହୋନାଦବ୍‍ ଉତ୍ତର କଲା, “ହଁ, ଅଛି।” “ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ।” ତହୁଁ ଯିହୋନାଦବ୍‍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍‍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋ’ ମନ ସରଳ, ସେପରି ତୁମ୍ଭ ମନ କି ମୋ’ ପ୍ରତି ଅଛି?” ଏଥିରେ ଯିହୋନାଦବ୍‍ ଉତ୍ତର କଲା, “ହଁ, ଅଛି।” ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ। ତହୁଁ ଯିହୋନାଦବ୍‍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।