2 Kings 10:23 — Compare Translations
5 translations compared side by side
Odia - 1840
"ତା'ପରେ ଯହେୂ ଓ ରେଖବର ପୁତ୍ର ଯିହାନୋଦବ ବାଲ୍ ମନ୍ଦିରକୁ ଗଲେ। ଯହେୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, ଚତୁଃପାଶର୍ବକୁ ଦେଖ! ଏଠା ରେ ବାଲ୍ ପୂଜାରୀମାନଙ୍କ ଛଡା ଯେପରି ଏଠା ରେ ଆଉ କହେି ନ ଥାଏ। ଏଥିପାଇଁ ଖାଜେି ନିଶ୍ଚିଚ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠା ରେ ନାହିନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍ ବାଲ୍-ମନ୍ଦିରକୁ ଗଲେ; ଆଉ ସେ ବାଲ୍ର ପୂଜକମାନଙ୍କୁ କହିଲେ, ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍ର ପୂଜକମାନଙ୍କ ଛଡ଼ା ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ ବାଲ୍ ମନ୍ଦିରକୁ ଗଲେ। ଯେହୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, “ଚତୁର୍ପାର୍ଶ୍ୱକୁ ଦେଖ! ଏଠାରେ ବାଲ୍ ପୂଜାରୀମାନଙ୍କ ଛଡ଼ା ଯେପରି ଆଉ କେହି ନ ଥାଏ। ଏଥିପାଇଁ ଖୋଜି ନିଶ୍ଚିତ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠାରେ ନାହାନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍ ବାଲ୍ ମନ୍ଦିରକୁ ଗଲେ; ଆଉ ସେ ବାଲ୍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍ ବାଲ୍ ମନ୍ଦିରକୁ ଗଲେ; ଆଉ ସେ ବାଲ୍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।”