2 Kings 10:33 — Compare Translations

5 translations compared side by side

Odia - 1840
"ହସାଯଲେ ୟର୍ଦ୍ଦନ ପୂର୍ବ ଦିଗରୁ ସମସ୍ତ ଗିଲିଯଦ ଦେଶ ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାରୁେ ଗାଦ୍, ରୁବନ୍େ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜଯକଲେ। ସେ ବାଶନ ଓ ଗିଲିଯଦର ଅର୍ନୋନ ଉପତ୍ୟକା ଦ୍ବାରା ଆରୋୟରଠାରୁେ ସମସ୍ତ ଦେଶ ଜଯଲାଭ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯର୍ଦ୍ଦନଠାରୁ ପୂର୍ବଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍ ଓ ରୁବେନ୍ ଓ ମନଃଶି ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍, ଗିଲୀୟଦ ଓ ବାଶନକୁ ଆଘାତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ହସାୟେଲ ଯର୍ଦ୍ଦନର ପୂର୍ବ ଦିଗରୁ ସମସ୍ତ ଗିଲିୟଦ ଦେଶ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍, ରୁବେନ୍ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜୟ କଲେ। ସେ ବାଶନ ଓ ଗିଲିୟଦର ଅର୍ଣ୍ଣୋନ ଉପତ୍ୟକା ଦ୍ୱାରା ଅରୋୟେରଠାରୁ ସମସ୍ତ ଦେଶ ଜୟଲାଭ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯର୍ଦ୍ଦନଠାରୁ ପୂର୍ବ ଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍‍ ଓ ରୁବେନ୍‍ ଓ ମନଃଶି-ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍‍, ଗିଲୀୟଦ ଓ ବାଶନକୁ ଆଘାତ କଲା।
Odia IRV 2017 (ଓଡିଆ ବାଇବେଲ)
ଯର୍ଦ୍ଦନଠାରୁ ପୂର୍ବଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍‍ ଓ ରୁବେନ୍‍ ଓ ମନଃଶି ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍‍, ଗିଲୀୟଦ ଓ ବାଶନକୁ ଆଘାତ କଲା।