2 Kings 19:23 — Compare Translations

5 translations compared side by side

Odia - 1840
"ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ଆପଣା ଦୂତମାନଙ୍କ ଦ୍ଵାରା ପ୍ରଭୁଙ୍କୁ ଧିକ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ଵକୁ, ଲିବାନୋନ୍ର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସସ୍ଥାନରେ ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ର ରୂପ ଅରଣ୍ୟରେ ପ୍ରବେଶ କରିବା ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ଧି‌କ୍‌କାର କରିଅଛ। ତୁମ୍ଭେ କହିଲ, “ମୁଁ ମୋର ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଆସିଲି। ମୁଁ ଲିବାନୋ‌ନ୍‌ର ଅଭ୍ୟନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏର‌‌‌ସବୃକ୍ଷ ଓ ତାହାର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ଲିବାନୋ‌ନ୍‌ର ଉର୍ଦ୍ଧକୁ ଗଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, “ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଉର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ର ରୂପ ଅରଣ୍ୟରେ ପ୍ରବେଶ କରିବା।