2 Kings 23:25 — Compare Translations
5 translations compared side by side
Odia - 1840
"ଯୋଶିୟଯ ଯେପରି ସର୍ବାନ୍ତଃକରଣ ରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ବାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଯଙ୍କ ପରି ମାଶାଙ୍କେ ବ୍ଯବସ୍ଥା ପାଳନ କରିବାର କୌଣସି ରାଜା ନଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନଥିଲେ ଓ ତାଙ୍କ ପରେ କହେି ସପରେି ହେଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତାଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ଵାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ତାଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ନୋହିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯୋଶିୟ ସର୍ବାନ୍ତଃକରଣରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଙ୍କ ପରି ମୋଶାଙ୍କ ବ୍ୟବସ୍ଥା ପାଳନ କରିବାର କୌଣସି ରାଜା ନ ଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନ ଥିଲେ ଓ ତାଙ୍କ ପରେ କେହି ସେପରି ହେଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯୋଶୀୟଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ଯୋଶୀୟଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ହେଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)