2 Kings 3:25 — Compare Translations
5 translations compared side by side
Odia - 1840
"ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେମାନେ ନଗରସବୁ ଭାଙ୍ଗି ପକାଇଲେ ଓ ପ୍ରତି ଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ତରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ-ନିର୍ଝରସକଳ ବୁଜି ପକାଇଲେ ଓ ଉତ୍ତମ ବୃକ୍ଷସବୁ କାଟି ପକାଇଲେ; ଶେଷରେ ସେମାନେ କେବଳ କୀର୍-ହେର୍ସତରେ ତହିଁର ପ୍ରସ୍ତରସବୁ ଛାଡ଼ିଲେ; ତଥାପି ଛାଟିଣିଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀର୍ହେରସତ୍ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନେ ନଗରସବୁ ଭାଙ୍ଗି ପକାଇଲେ ଓ ପ୍ରତି ଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ-ନିର୍ଝରସକଳ ବନ୍ଦ କରିଦେଲେ ଓ ଉତ୍ତମ ବୃକ୍ଷସବୁ କାଟି ପକାଇଲେ; ଶେଷରେ ସେମାନେ କେବଳ କୀର୍-ହେର୍ସତରେ ତହିଁର ପ୍ରସ୍ତରସବୁ ଛାଡ଼ିଲେ; ତଥାପି ଛାଟିଣୀଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନେ ନଗରସବୁ ଭାଙ୍ଗି ପକାଇଲେ ଓ ପ୍ରତି ଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ-ନିର୍ଝରସକଳ ବନ୍ଦ କରିଦେଲେ ଓ ଉତ୍ତମ ବୃକ୍ଷସବୁ କାଟି ପକାଇଲେ; ଶେଷରେ ସେମାନେ କେବଳ କୀର୍-ହେର୍ସତରେ ତହିଁର ପ୍ରସ୍ତରସବୁ ଛାଡ଼ିଲେ; ତଥାପି ଛାଟିଣିଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ।