2 Kings 8:5 — Compare Translations
5 translations compared side by side
Odia - 1840
"ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗି ହଜେୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫରେି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗି ହଜେୀ କହିଲେ, ହେ ମାରେ ମହାଶୟ ମହାରାଜ! ଏ ହେଉଛି ସହେି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନଃଜୀବିତ କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଇଲୀଶାୟ କିରୂପେ ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି । ଏଥିରେ ଗିହେଜୀ କହିଲା, ହେ ମୋର ପ୍ରଭୋ, ମହାରାଜ, ଏ ସେହି ସ୍ତ୍ରୀ ଓ ତାହାର ପୁତ୍ର, ଏହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଇଲୀଶାୟ କିପରି ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି। ଏଥିରେ ଗିହେଜୀ କହିଲା, “ହେ ମୋର ପ୍ରଭୋ, ମହାରାଜ, ଏ ସେହି ସ୍ତ୍ରୀ ଓ ତାହାର ପୁତ୍ର, ଯାହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଇଲୀଶାୟ କିପରି ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି। ଏଥିରେ ଗିହେଜୀ କହିଲା, “ହେ ମୋର ପ୍ରଭୁ, ମହାରାଜ, ଏ ସେହି ସ୍ତ୍ରୀ ଓ ତାହାର ପୁତ୍ର, ଯାହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”