2 Peter 2:9 — Compare Translations

7 translations compared side by side

Odia - 1840
"ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ଵ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ତର ଅଧୀନରେ ରଖିବାକୁ ଜାଣନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಧನಿ ದೆವ್ ಅಪ್ಲ್ಯಾ ಲೊಕಾಕ್ನಿ ತರಾಸಾತ್ನಾ ರಾಕ್ವನ್ ಕರ್ತಲೊ ಹೊವ್ನ್ ಹಾಯ್,ಅನಿ ತೊ ಬುರ್ಶಾ ಲೊಕಾಕ್ನಿ ಝಡ್ತಿ ಕರ್ತಲೊ ಎಳ್ ಯೆಯ್ ಪತರ್ ತೆಂಕಾ ಶಿಕ್ಷಾ ದಿವ್ನ್ಗೆತ್ ರ್‍ಹಾತಾ ಮನ್ತಲೆ ಖರೆಚ್ ಹಾಯ್.