2 Peter 3:16 — Compare Translations

7 translations compared side by side

Odia - 1840
"ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। େ ବେଳବେଳେ ପାଉଲଙ୍କ ପତ୍ର ରେ କେତକେ କଥା ବୁଝିବା ପାଇଁ କଷ୍ଟକର ହୁଏ। େକେତେଲାକ ସହେି କଥାଗୁଡ଼ିକୁ ଭୁଲ ଭାବରେ ବ୍ଯାଖ୍ଯା କରନ୍ତି। ସମାନେେ ମୂର୍ଖ ଓ ବିଶ୍ବାସ ରେ ଦୁର୍ବଳ। ସହେି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ342 ମଧ୍ଯ ଭୁଲଭାବେ ବୁଝାଇଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ସମାନେେ ନିଜର ଅନିଷ୍ଟ କରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହିପ୍ରକାରେ କହନ୍ତି; ସେହିସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ଲିଖିତ ପତ୍ରମାନଙ୍କରେ ଏହି ବିଷୟ ସେ ଉଲ୍ଲେଖ କରିଛନ୍ତି। ଅବଶ୍ୟ ତାଙ୍କ ପତ୍ରଗୁଡ଼ିକରେ କେତେକ ବିଷୟ ବୁଝିବା କଷ୍ଟକର। କିନ୍ତୁ ନିର୍ବୋଧ ଚପଳମତି ଲୋକମାନେ ଶାସ୍ତ୍ରର ଅନ୍ୟାନ୍ୟ ଅଶଂ ପରି ପାଉଲଙ୍କ ପତ୍ରଗୁଡ଼ିକର ମଧ୍ୟ ବିକୃତ ଅର୍ଥ କରନ୍ତି। ଏହି ଦ୍ୱରା ସେମାନେ ନିଜ ନିଜର ବିନାଶ ସାଧନ କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಾಚ್ಯಾ ಸಗ್ಳ್ಯಾ ಚಿಟಿಯಾತ್ನಿ ಹ್ಯಾ ಸಂಗ್ತಿಯಾಚ್ಯಾ ವಿಶಯಾತ್ ಬೊಲ್ತಾನಾ ತೆನಿ ಹೆಚ್ ಶಿಕ್ವಲ್ಲೆ ಹಾಯ್, ಸಮ್ಜುನ್ ಘೆವ್ಕ್ ಕಸ್ಟ್ ಹೊತಲ್ಯಾ ಉಲ್ಯ್ಲಾ ಸಂಗ್ತಿಯಾ ಹೆಚ್ಯಾ ಚಿಟಿಯಾತ್ನಿ ಹಾತ್. ಬುದ್ದ್ ನಸಲ್ಲಿ ಅನಿ ಚಂಚಲ್ ಮಾನಾಚಿ ಲೊಕಾ ಹೆಚೊ ಅರ್ಥ್ ದುಸ್ರೊಚ್ ಕಾಡ್ತಾತ್ ಅನಿ ಅಪ್ನಾಚ್ಯಾ ನಾಶಾಕ್ ಕಾರನ್ ಹೊತಾತ್.