2 Samuel 15:14 — Compare Translations
5 translations compared side by side
Odia - 1840
"ଏଥି ରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ୟିରକ୍ସ୍ଟଶାଲମ ରେ ଥିଲେ ତାଙ୍କୁ କହିଲେ ଯେ, ଆମ୍ଭମାନେେ ଏଠାରକ୍ସ୍ଟ ପଳାଇବା, ନଚେତ୍ ଅବଶା ଲୋମ ଆମକକ୍ସ୍ଟ କାହାରିକକ୍ସ୍ଟ ଛାଡିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ବଂସ କରିବ ଓ ୟିରକ୍ସ୍ଟଶାଲମର ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ଼୍ଗଧାରରେ ନଗର ଆଘାତ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”
Odia IRV 2017 (ଓଡିଆ ବାଇବେଲ)