2 Samuel 19:7 — Compare Translations

5 translations compared side by side

Odia - 1840
"ଏଲବ ଉଠନ୍ତକ୍ସ୍ଟ, ଆପଣଙ୍କର ସୈନ୍ଯମାନଙ୍କୁ ଉତ୍ସାହିତ କରନ୍ତକ୍ସ୍ଟ ଏବଂସସମାନଙ୍କୁ ଉତ୍ସାହ ଜନକ କଥା କକ୍ସ୍ଟହନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ନାମସର ଶପଥ କରୁଅଛିସଯଲବ ଆପଣ ବାହାରକକ୍ସ୍ଟ ୟାଆନ୍ତକ୍ସ୍ଟ ନାହିଁ,ସତଲବ ଏହି ରାତ୍ରିସର ଆପଣଙ୍କ ସହିତସକହି ଜଲଣସହଲଲବି ରହିଲବ ନାହିଁ। ଆଉ ଆପଣଙ୍କ ୟୌବନକାଳାବଧି ବର୍ତ୍ତମାନ ପର୍ୟ୍ଯନ୍ତସଯଲତ ଅମଙ୍ଗଳ ଆପଣଙ୍କକ୍ସ୍ଟ ଘଟିଅଛିସସଗକ୍ସ୍ଟଡିକରୁ ହିଁ ଏହି ଦକ୍ସ୍ଟର୍ଘଟଣା ବଡସହବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଚିତ୍ତପ୍ରବୋଧକ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯେବେ ଆପଣ ବାହାରକୁ ନ ଯାʼନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯଦି ଆପଣ ବାହାରକୁ ନ ଯାʼନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ।”
Odia IRV 2017 (ଓଡିଆ ବାଇବେଲ)
ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯଦି ଆପଣ ବାହାରକୁ ନ ଯା’ନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ।”