2 Samuel 20:3 — Compare Translations
5 translations compared side by side
Odia - 1840
"ଦାଉଦ ୟିରକ୍ସ୍ଟଶାଲମସ୍ଥ ଆପଣା ଗୃହକକ୍ସ୍ଟ ଆସିଲେ। ପକ୍ସ୍ଟଣି ରାଜା ଆରଣାର ଦଶ ଉପପତ୍ନୀଙ୍କକ୍ସ୍ଟ ଗୃହ ଜଗିବାକକ୍ସ୍ଟ ଛାଡି ୟାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହ ରେ ପ୍ରହରୀମାନଙ୍କ ଦ୍ବାରା ଜଗାଇଲେ। ସେ ସମାନଙ୍କେୁ ଖାଦ୍ୟ ଯୋଗଇଲେ, ମାତ୍ର ସମାନଙ୍କେ ସହ ସହବାସ କଲେ ନାହିଁ। ଏଣୁ ସମାନେେ ମରଣ ଦିନ ପର୍ୟ୍ଯନ୍ତ ରକ୍ସ୍ଟଦ୍ଧ ହାଇେ ବୈଧବ୍ଯ ଦଶା ରେ ରହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ଦାଉଦ ଯିରୂଶାଲମକୁ ଆପଣା ଗୃହକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପନିୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ପଡ଼ି ଯୋଗାଇଲେ, ମାତ୍ର ସେମାନଙ୍କର ସହବାସ କଲେ ନାହିଁ । ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ-ଦଶାରେ ରହିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।
Odia IRV 2017 (ଓଡିଆ ବାଇବେଲ)