2 Thessalonians 3:6 — Compare Translations
7 translations compared side by side
Odia - 1840
"ଭାଇ ଓ ଭଉଣୀମାନେ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳ ରେ, କାମ କରିବାକୁ ମନା କରୁଥିବା ବିଶ୍ବାସୀ ଭାଇମାନଙ୍କଠାରୁ ଦୂର ରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଚାହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାଁନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଭ୍ରାତୃବୃନ୍ଦ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟ ପରାୟଣ ଆଚରଣ କରେ, ତାହାଠାରୁ ଆପଣା ଆପଣାକୁ ପୃଥକ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।
Odia Bible ERV 2004 (ପବିତ୍ର ବାଇବଲ)
କର୍ମର ବାଧ୍ୟତା ଭାଇ ଓ ଭଉଣୀମାନେ! ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳରେ, କାମ କରିବାକୁ ମନା କରୁଥିବା ବିଶ୍ୱାସୀ ଭାଇମାନଙ୍କଠାରୁ ଦୂରରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଗ୍ଭହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର।
Odia IRV 2017 (ଓଡିଆ ବାଇବେଲ)
ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಚ್ಯಾ ಭಾವಾ-ಭೆನಿಯಾನು, ಅಮ್ಚ್ಯಾ ಧನಿಯಾ ಜೆಜು ಕ್ರಿಸ್ತಾಚ್ಯಾ ನಾವಾನ್ ಅಮಿ ತುಮ್ಕಾ ಸಾಂಗ್ತಾಂವ್, ಅಳ್ಸಿಪಾನಾಚೆ ಜಿವನ್ ಕರ್ತಲ್ಯಾ ಸಗ್ಳ್ಯಾ ಲೊಕಾನಿ ಅಮಿ ಸಾಂಗ್ತಲ್ಯಾ ಹ್ಯಾ ಗೊಸ್ಟಿಯಾ ಪಾಳುಚೆ.