2 Thessalonians 3:9 — Compare Translations
7 translations compared side by side
Odia - 1840
"ଆମ୍ଭେ ଦିନ ରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାୟ୍ଯ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନବୋ ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖ ରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ଆମ୍ଭେ ଏପରି କରିଥିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁକରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶ ରୂପେ ଦେଖାଇବା ପାଇଁ ସେପରି କଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ନ୍ୟାୟତଃ ଆମେ ଯେ ତୁମଠାରୁ ଅନ୍ନ ଦାବୀ କରିପାରି ନ ଥାଆନ୍ତୁ, ତା’ ନୁହେଁ, କିନ୍ତୁ ଆମେ ଯାହା କରିଛୁ, ତାହା ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇବା ନିମେନ୍ତ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ଦିନରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍ଭେ ନିଜର ଯତ୍ନ ନିଜେ ନେବା ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖରେ ଗୋଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆମ୍ଭେ ଏପରି କରିଥିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿಚ್ ಸಗ್ಳೊ ಅಮ್ಚೊ ಖರಚ್ ಬಗುನ್ ಘೆವ್ನ್ ಜಾವಾ ಮನ್ತಲೊ ಹಕ್ಕ್ ಅಮ್ಕಾ ನತ್ತೊ ಮನ್ತಲ್ಯಾ ಸಾಟ್ನಿ ಅಮಿ ಅಶೆ ಕರುಕ್ ನಾವ್. ತುಮ್ಕಾ ಅಮಿ ಎಕ್ ಉದಾರನ್ ಹೊವ್ಚೆ ಅನಿ ತುಮಿಬಿ ತಸೆಚ್ ಕರುಚೆ ಮನುನ್ ದಾಕ್ವುಸಾಟ್ನಿ ಅಮಿ ತಸೆ ಕರ್ಲಾಂವ್.