2 Timothy 2:18 — Compare Translations

7 translations compared side by side

Odia - 1840
"ସମାନେେ ସତ୍ ଶିକ୍ଷା ତ୍ଯାଗ କରିଛନ୍ତି। ସମାନେେ କୁହନ୍ତି ଯେ ମୃତ୍ଯୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସହେି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ବାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ବରଙ୍କ ଦୃଢ଼ ମୂଳଦୁଆ ସହେିଭଳି ରହିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି କେତେକଙ୍କର ବିଶ୍ଵାସ ଓଲଟାଇ ପକାଉଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ସତ୍ୟପଥରୁ ବିଚ୍ୟୁତ ହୋଇଛନ୍ତି ଏବଂ ଏ ଜୀବନରେ ପୁନରୁତ୍ଥାନ ଘଟିଯାଉଛି ବୋଲି ଶିକ୍ଷା ଦେଇ କେତେକ ଧର୍ମବିଶ୍ୱାସକୁ ବିପର୍ଯ୍ୟସ୍ତ କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ସ‌ତ୍‌‌ଶିକ୍ଷା ତ୍ୟାଗ କରିଛନ୍ତି। ସେମାନେ କୁହନ୍ତି ଯେ ମୃତ୍ୟୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସେହି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ୱାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ୱରଙ୍କ ଦୃଢ଼ ମୂଳଦୁଆ ସେହିଭଳି ରହିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆನಿ ಖರಿ ವಾಟ್ ಸೊಡುನ್ ದಿಲ್ಯಾನಾತ್ ಅನಿ ಅಮ್ಚೆ ಅನಿಪರ್‍ತುನ್ ಝಿತ್ತೆ ಹೊತಲೆ ಹೊವ್ನ್ ಸರ್ಲೆ ಮನುನ್ ಸಾಂಗುನ್, ಸುಮಾರ್ ಲೊಕಾಂಚೊ ವಿಶ್ವಾಸ್ ಹಾಲಿ ಸರ್ಕೊ ಕರ್‍ತ್ಯಾತ್.