2 Timothy 2:19 — Compare Translations
7 translations compared side by side
Odia - 1840
"ସହେି ବାକ୍ଯଗୁଡ଼ିକ ସହେି ମୂଳଦୁଆ ଉପରେ ଲଖାେ ହାଇେଛି: ଯେଉଁମାନେ ପ୍ରଭୁଙ୍କର ଲୋକ, ସମାନଙ୍କେୁ ପ୍ରଭୁ ଜାଣନ୍ତି। ନିମ୍ନ ଲିଖିତ ଶଦ୍ଦଗୁଡିକ ମଧ୍ଯ ମୂଳ ଦୁଆ ଉପରେ ଲଖାଯାେଇଛି: ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ବାସ କରେ, ସେ ମନ୍ଦ କାମ ନ କରୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ଈଶ୍ଵରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, “ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେକେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ,” ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”
Odia Bible ERV 2004 (ପବିତ୍ର ବାଇବଲ)
ସେହି ବାକ୍ୟଗୁଡ଼ିକ ସେହି ମୂଳଦୁଆ ଉପରେ ଲେଖା ହୋଇଛି: “ଯେଉଁମାନେ ପ୍ରଭୁଙ୍କର ଲୋକ, ସେମାନଙ୍କୁ ପ୍ରଭୁ ଜାଣନ୍ତି।” ନିୟମ ଲିଖିତ ଶବ୍ଦଗୁଡ଼ିକ ମଧ୍ୟ ମୂଳଦୁଆ ଉପରେ ଲେଖାଯାଇଛି: “ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ୱାସ କରେ, ସେ ମନ୍ଦ କାମ ନ କରୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଈଶ୍ବରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ।
Odia IRV 2017 (ଓଡିଆ ବାଇବେଲ)
ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವಾನ್ ಘಾಟಲ್ಲೊ ಪಾಯಾ ಕೊನಾಕ್ಬಿ ಹಾಲ್ವುಕ್ ಹೊಯ್ನಾ ಅನಿ ತ್ಯಾ ಪಾಯಾಚ್ಯಾ ವರ್ತಿ, ಅಪ್ನಾಚೆ ಕೊನ್ ಮನುನ್ ಸರ್ವೆಸ್ವರ್ ವಳಕ್ತಾ, ಅನಿ ಎಗ್ದಾ “ಸರ್ವೆಸ್ವರಾಚೆ ನಾವ್ ಅಪ್ನಾಚ್ಯಾ ತೊಂಡಾನ್ ಸಾಂಗ್ತಲೊ, ಬುರ್ಶ್ಯಾಪಾನಾತ್ನಾ ಧುರ್ ರ್ಹಾಂವ್ದಿತ್. ಮನುನ್ ತೆಚೆ ವರ್ತಿ ಲಿವಲ್ಲೆ ಹಾಯ್”.