2 Timothy 2:20 — Compare Translations

7 translations compared side by side

Odia - 1840
"ଗୋଟିଏ ବଡ଼ ଘ ରେ ସୁନା ଓ ରୂପାଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ଯ ଥାଏ। କେତକେ ଜିନିଷ ବିଶଷେ ଉଦ୍ଦେଶ୍ଯ ପାଇଁ ବ୍ଯବହାର ହୁଏ। କେତକେ ଜିନିଷ ନୀଚ କାର୍ୟ୍ଯ ପାଇଁ ବ୍ଯବହାର ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଗୃହରେ ବିଭିନ୍ନ ପ୍ରକାର ପାତ୍ର ମହଜୁଦ୍ ଥାଏ। ସେଥିରୁ କେତୋଟି ମୂଲ୍ୟବାନ- ସୁନା ରୂପାରେ ତିଆରି; ପୁଣି କେତୋଟି ଶସ୍ତା ଦରର - ମାଟି ବା କାଠରେ ତିଆରି। କେତୋଟି ପାତ୍ର ପର୍ବପର୍ବାଣୀ ପ୍ରଭୃତି ଉତ୍ସବ ବେଳେ ବ୍ୟବହୃତ ହୁଏ; ଅନ୍ୟଗୁଡ଼ିକ ଦୈନନ୍ଦିନ କାର୍ଯ୍ୟରେ ଲାଗେ।
Odia Bible ERV 2004 (ପବିତ୍ର ବାଇବଲ)
ଗୋଟିଏ ବଡ଼ ଘରେ ସୁନା ଓ ରୂପାର ଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ୟ ଥାଏ। କେତେକ ଜିନିଷ ବିଶେଷ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହୁଏ। କେତେକ ଜିନିଷ ନୀଚ କାର୍ଯ୍ୟ ପାଇଁ ବ୍ୟବହାର ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ।
Odia IRV 2017 (ଓଡିଆ ବାଇବେଲ)
ଗୋଟିଏ ବଡ଼ ଘରେ (ଧନୀ) ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಮೊಟ್ಯಾ ಘರಾತ್ ಚಾಂದಿಚಿ ಅನಿ ಸೊನ್ಯಾಚಿ ಎವ್ಡಿಚ್ ನ್ಹಯ್, ನಾಕ್ಡಾಚಿ ನಾಹೊಲ್ಯಾರ್ ಮಾಟಿಚಿ ಆಯ್ದಾನಾಬಿ ರ್‍ಹಾತ್ಯಾತ್, ತ್ಯಾತುರ್‍ಲಿ ಉಲ್ಲಿ ಬರ್‍ಯಾ ಉಪಯೊಗಾಕ್ ಅನಿಉಲ್ಲಿ ಕಿಳ್ ಕಾಮಾಂಚ್ಯಾ ಉಪಯೊಗಾಕ್ ವಾಪರ್ತ್ಯಾತ್.