2 Timothy 4:13 — Compare Translations

7 translations compared side by side

Odia - 1840
"ମୁଁ ଯେତବେେଳେ ତ୍ରୋଯା ରେ ଥିଲି, ମୁଁ କାର୍ପଙ୍କ ପାଖ ରେ ମାରେ ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତବେେଳେ ଆସିବ, ତାହା ମାେ ପାଇଁ ନଇେ ଆସିବ। ମାେ ବହିଗୁଡ଼ିକୁ ମଧ୍ଯ ଆଣିବ। ଚର୍ମପତ୍ର 300 ଉପରେ ଲିଖିତ ବହିଗୁଡ଼ିକ ବିଶଷେଭାବରେ ମାରେ ଦରକାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଟ୍ରୋୟସ୍ ସହରରେ କାର୍ପସ୍ଙ୍କ ପାଖରେ ମୁଁ ଯେଉଁ ଅଙ୍ଗରଖା ଛାଡ଼ି ଆସିଛି, ତୁମେ ଆସିବା ବେଳେ ତାକୁ ସାଙ୍ଗରେ ନେଇ ଆସିବ। ମୋର ପୁସ୍ତକ ଓ ନଥିପତ୍ରଗୁଡ଼ିକୁ ମଧ୍ୟ ନେଇ ଆସିବ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଯେତେବେଳେ ତ୍ରୋୟାରେ ଥିଲି, ମୁଁ କାର୍ପଙ୍କ ପାଖରେ ମୋର ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତେବେଳେ ଆସିବ, ତାହା ମୋ’ ପାଇଁ ନେଇ ଆସିବ। ମୋ’ ବହିଗୁଡ଼ିକୁ ମଧ୍ୟ ଆଣିବ। ଚର୍ମପତ୍ର ଉପରେ ଲିଖିତ ବହିଗୁଡ଼ିକ ବିଶେଷଭାବରେ ମୋର ଦରକାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତ୍ରୋୟା ସହରରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।
Odia IRV 2017 (ଓଡିଆ ବାଇବେଲ)
ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ, ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿಯಾ ಯೆತಾನಾ, ತ್ರೊವಾಸ್ ಮನ್ತಲ್ಲ್ಯಾ ಗಾಂವಾತ್ ಕಾರ್ಪುಸಾಕ್ಡೆ ಮಿಯಾ ಸೊಡುನ್ ಯೆಲ್ಲೊ ಮಾಜೊ ಝಗೊ ಅನಿ ತಸೆಚ್, ಮಾಜಿ ಉಲ್ಲಿ ಪುಸ್ತಕಾ ಅನಿ ಲೈ ಕರುನ್ ಮಾಜಿ ಚಮ್ಡ್ಯಾನ್ ಕರಲ್ಲಿ ಸುಳ್ಳಿಯಾ ಘೆವ್ನ್ ಯೆ.