3 John 1:10 — Compare Translations
7 translations compared side by side
Odia - 1840
"ମୁଁ ସଠାରୁେ ଆସିଲେ, ଦିୟତ୍ରିଫାର କାର୍ୟ୍ଯ ବିଷୟ ରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟ ରେ ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସବୋ କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। ଯେଉଁମାନେ ସହେି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, ସମାନଙ୍କେୁ ମଧ୍ଯ ସେ ମନା କରୁଛି। ସେ ସମାନଙ୍କେୁ ମଣ୍ଡଳୀରୁ ବାହାର କରିଦିଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ତଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହିସମସ୍ତ କୃତ କର୍ମ ସ୍ମରଣରେ ଆଣିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ସେଠାକୁ ଆସିଲେ, ସେ ଯାହା କରୁଛନ୍ତି, ସବୁ ପ୍ରଶାଶ କରିଦେବି- ଆମ ସମ୍ପର୍କରେ ସେ କେଡ଼େ ଜଘନ୍ୟ କୁତ୍ସା ରଟନା କରୁଛନ୍ତି ଓ କେତେ ମିଧ୍ୟା କହୁଛନ୍ତି, ସେ ସବୁ ପଦାରେ ପଡ଼ିଯିବ। ସେତିକି କେବଳ ନୁହେଁ, ସେ ଖ୍ରୀଷ୍ଟବିଶ୍ୱାସୀ ଭାଇମାନଙ୍କର ଆତିଥ୍ୟ କରୁ ନାହାଁନ୍ତି କିମ୍ବା ତାହା କରିବାକୁ ଅନ୍ୟ କାହାକୁ ଛାଡ଼ି ଦେଉ ନାହିଁନ୍ତି ଏବଂ ଯେଉଁମାନେ ତାହା କରିବାକୁ ଯାଉଛନ୍ତି, ସେମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି।
Odia IRV 2017 (ଓଡିଆ ବାଇବେଲ)
ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಯೆಲೊ ತರ್ ತೊ ಕರುಲಾಗಲ್ಲ್ಯಾ ಬುರ್ಶ್ಯಾ ಕಾಮಾಚ್ಯಾ ವಿಶಯಾತ್ ಸಗ್ಳೆ ಸೊಡ್ಸುನ್ ಸಾಂಗ್ತಾ. ತೊ ಅಮ್ಚ್ಯಾ ವಿಶಯಾತ್ ಬುರ್ಶಿ ಅನಿ ಝುಟಿ ಸಂಗ್ತಿಯಾ ಸಾಂಗ್ತಾ. ಖರೆ ತವ್ಡೆಚ್ ನಸ್ತಾನಾ ಕ್ರಿಸ್ತಾಚಿ ಸೆವಾ ಕರುಲಾಗಲ್ಲ್ಯಾ ತ್ಯಾ ಭಾವಾಕ್ನಿ ಮಜತ್ ಕರ್ತಲೆಬಿ ತೊ ಮಾನಿನಾ, ಅನಿ ತ್ಯಾ ಭಾವಾಕ್ನಿ ಮಜತ್ ಕರುಚೆ ಮನುನ್ ಫಿಡೆ ಯೆಲ್ಲ್ಯಾ ಲೊಕಾಕ್ನಿ ತೊ ಆಡ್ವುತಾ ಅನಿ ತಿ ಲೊಕಾ ತಾಂಡೊ ಸೊಡುನ್ ಜಾಯ್ ಸಾರ್ಕೆ ಕರುಕ್ ಲಾಗ್ಲಾ ಮನಿ.