Acts 1:2 — Compare Translations
7 translations compared side by side
Odia - 1840
"ମୁଁ ଯୀଶୁଙ୍କର ସଂମ୍ପୂର୍ଣ୍ଣ ଜୀବନ ସମ୍ପର୍କ ରେ ଆରମ୍ଭରୁ ତାହାଙ୍କୁ ସ୍ବର୍ଗକୁ ନିଆୟିବା ପର୍ୟ୍ଯନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ ରରେିତମାନଙ୍କ ସହିତ କଥାବର୍ତ୍ତା ହାଇେଥିଲେ। ପବିତ୍ରଆତ୍ମାଙ୍କ ସାହାୟ୍ଯ ରେ ଯୀଶୁ ପ୍ ରରେିତମାନେ କ'ଣ କରିବା ଉଚ଼ିତ, ସହେି କଥା କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହିଦିନ ପର୍ଯ୍ୟନ୍ତ ସେ ଯେ ଯେ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେସମସ୍ତ ବିଷୟ ଘେନି ମୁଁ ପ୍ରଥମ ପ୍ରବନ୍ଧଟି ଲେଖିଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିଥିଲେ ଓ ଶିକ୍ଷା ଦେଇଥିଲେ, ସେସବୁ ବିଷୟରେ ଲେଖିଥିଲି। ସ୍ୱର୍ଗାରୋହଣ ପୂର୍ବରୁ ଯେଉଁମାନଙ୍କୁ ସେ ନିଜର ଶିଷ୍ୟ ରୂପେ ମନୋନୀତ କରିଥିଲେ, ସେମାନଙ୍କୁ ସେ ପବିତ୍ରଆତ୍ମାଙ୍କ ଶକ୍ତିରେ ଶିକ୍ଷା ଦେଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ କ’ଣ କରିବା ଉଚିତ୍, ସେହି କଥା କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ ଲେଖିଅଛି।
Odia IRV 2017 (ଓଡିଆ ବାଇବେଲ)
ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟ ନେଇ ମୁଁ ପ୍ରଥମ ଲୂକ ପୁସ୍ତକଟି ଲେଖିଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸರ್ಗಾರ್ ತೆಕಾ ಘೆವ್ನ್ ಗೆಲ್ಲ್ಯಾ ದಿಸಾ ಪತರ್, ಅನಿ ಅಪ್ನಾಚಿ ಅಪೊಸ್ತಲಾ ಮನುನ್ ಎಚುನ್ ಕಾಡಲ್ಲ್ಯಾಕ್ನಿ ಪವಿತ್ರ್ ಆತ್ಮ್ಯಾಚ್ಯಾ ಬಳಾ ವೈನಾ ತೆನಿ ಶಿಕ್ವುಲ್ಯಾನ್.