Acts 1:4 — Compare Translations
7 translations compared side by side
Odia - 1840
"ଦିନେ ଯେତବେେଳେ ଯୀଶୁ ସମାନଙ୍କେ ସାଙ୍ଗ ରେ ଭୋଜନ କରୁଥିଲେ ସେତବେେଳେ ସେ ପ୍ ରରେିତମାନଙ୍କୁ ୟିରୂଶାଲମ ନ ଛାଡ଼ିବାପାଇଁ କହିଲେ। ଯୀଶୁ କହିଲେ, ପରମେଶ୍ବର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦଇେଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟ ରେ ଆଗରୁ କହି ସାରିଛି। ତେଣୁ ସହେି ପ୍ରତିଜ୍ଞା ନ ପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ୟିରୂଶାଲମ ରେ ଅପେକ୍ଷା ରେ ରୁହ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଏକତ୍ରିତ ଥିବା ସମୟରେ ଯୀଶୁ ସେମାନଙ୍କୁ ଏହି ଆଜ୍ଞା ଦେଲେ: “ଯିରୂଶାଲମ ପରିତ୍ୟାଗ କର ନାହିଁ। ପିତା ତୁମ୍ଭମାନଙ୍କୁ ଯାହା ପ୍ରଦାନ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ଏବଂ ଯେଉଁ ଦାନ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିଥିଲି, ତାହା ପାଇବା ପର୍ଯ୍ୟନ୍ତ ଅପେକ୍ଷା କର।
Odia Bible ERV 2004 (ପବିତ୍ର ବାଇବଲ)
ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;
Odia IRV 2017 (ଓଡିଆ ବାଇବେଲ)
ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ'ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಗ್ದಾ ತಸಿ ಎಕಾಕ್ಡೆ ತೊ ತೆಂಚ್ಯಾ ವಾಂಗ್ಡಾ ಜೆವಾನ್ ಕರುಕ್ ಲಾಗಲ್ಲೊ ತೆನಿ ತೆಂಕಾ ಅಶೆ ತಾಕಿತ್ ದಿಲ್ಯಾನ್ ಜೆರುಜಲೆಮ್ ಸೊಡುನ್ ಜಾವ್ನಕಾಶಿ, ಖರೆ ಮಾಜ್ಯಾ ಬಾಬಾನ್ ಗೊಸ್ಟ್ ದಿಲ್ಲ್ಯಾ ಭೊಮಾನಾಚಿ ವಾಟ್ ರಾಕಾ, ಹೆಚ್ಯಾ ವಿಶಯಾತ್ ಮಿಯಾ ಬೊಲ್ತಾನಾ ತುಮಿ ಆಯಿಕ್ಲ್ಯಾಶಿ.