Acts 10:37 — Compare Translations
7 translations compared side by side
Odia - 1840
"ଯୋହନଙ୍କ ଦ୍ବାରା ବାପ୍ତିସ୍ମ ସମ୍ପର୍କ ରେ ପ୍ରଚ଼ାର ହବୋପରେ ଗାଲିଲୀଠାରୁ ଆରମ୍ଭ କରି ସାରା ୟିହୂଦା ରେ ଯାହାସବୁ ଘଟିଲା, ତାହା ତୁମ୍ଭମାନେେ ଜାଣିଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋହନଙ୍କ ପ୍ରଚାରିତ ବାପ୍ତିସ୍ମ ପରେ ଗାଲିଲୀଠାରୁ ଆରମ୍ଭ କରି ସମୁଦାୟ ଯିହୁଦା ପ୍ରଦେଶରେ ଯାହା ଘଟିଲା, ସେଥିର ବିବରଣ ଆପଣମାନେ ଜାଣନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଯୀଶୁ ସମସ୍ତଙ୍କର ପ୍ରଭୁ। ଯୋହନ ମନ ପରିବର୍ତ୍ତନ ଓ ଜଳଦୀକ୍ଷାର ସମ୍ବାଦ ପ୍ରଚାର କରିବା ପରେ, ଗାଲିଲୀକୁ ଆରମ୍ଭ କରି ସମଗ୍ର ଇଶ୍ରାଏଲ ଦେଶରେ ଯେଉଁ ବିଶେଷ ଘଟଣାମାନ ଘଟିଗଲା, ତାହା ତୁମ୍ଭେମାନେ ଜାଣ।
Odia Bible ERV 2004 (ପବିତ୍ର ବାଇବଲ)
“ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ସମ୍ପର୍କରେ ପ୍ରଗ୍ଭର ହେବାପରେ ଗାଲିଲୀଠାରୁ ଆରମ୍ଭ କରି ସାରା ଯିହୂଦାରେ ଯାହାସବୁ ଘଟିଲା, ତାହା ତୁମ୍ଭେମାନେ ଜାଣିଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି,
Odia IRV 2017 (ଓଡିଆ ବାଇବେଲ)
ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ସମୟରୁ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦା ରେ ପ୍ରଚାରିତ ହୋଇଅଛି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಗಲಿಲಾಯಾತ್ ಶುರು ಹೊವ್ನ್ ಜುವಾಂವಾಕ್ ಬಾಲ್ತಿಮಾಚ್ಯಾ ವಿಶಯಾತ್ ಪರ್ಗಟ್ ಕರಲ್ಯಾ ಮಾನಾ ಜುದೆಯಾತ್ ಕಾಯ್ ಹೊಲೆ ಮನ್ತಲೆ ತುಮ್ಕಾ ಗೊತ್ತ್ ಹಾಯ್.