Acts 12:10 — Compare Translations

7 translations compared side by side

Odia - 1840
"ସମାନେେ ପ୍ରଥମ ଓ ଦ୍ବିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲିହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖାଲିଗେଲା ଓ ସମାନେେ ବାହାରକୁ ଚ଼ାଲିଗଲେ। ସମାନେେ ଗୋଟିଏ ଗଳିର ଶଷେ ଆଡ଼କୁ ଗଲାପରେ ହଠାତ୍ ସ୍ବର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଚ଼ାଲିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେତେବେଳେ ସେମାନେ ପ୍ରଥମ ଓ ଦ୍ଵିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ଵାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ଵାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ତର ଶେଷ ମୁଣ୍ତ ଯାଏ ଗଲେ, ପୁଣି ସେହିକ୍ଷଣି ସେହି ଦୂତ ତାଙ୍କଠାରୁ ଅନ୍ତର ହୋଇଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ପ୍ରହରୀମାନଙ୍କର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାର ହୋଇ ଶେଷରେ ନଗର ପ୍ରବେଶ ପଥରେ ଥିବା ଲୌହ ଫାଟକ ପାଖକୁ ଆସିଲେ। ସେମାନଙ୍କ ପାଇଁ ଫାଟକଟି ଆପଣା ମନକୁ ଖୋଲିଗଲା ଓ ସେମାନେ ବାହାରି ଚାଲି ଆସିଲେ। ସେମାନେ ରାସ୍ତାରେ ଯାଉ ଯାଉ ହଠାତ୍ ସ୍ୱର୍ଗଦୂତ ପିତରଙ୍କୁ ଛାଡ଼ି ଚାଲିଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ-ଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ।
Odia IRV 2017 (ଓଡିଆ ବାଇବେଲ)
ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾಚೊ ದುತ್ ಅನಿ ಪೆದ್ರುನ್ ಅದ್ದಿಚಿ ಅನಿ ದೊನ್ವೆಚಿ ರಾಕ್ವನ್ ಹೊತ್ತೆ ಜಾಗೆ ದಾಟ್ಲ್ಯಾನಿ, ಮಾನಾ ತೆನಿ ಅಪ್ಲ್ಯಾ ಗಾಂವಾಕ್ಡೆ ಜಾತಲ್ಯಾ ಲೊಂಗ್ಟಾಂಚ್ಯಾ ದಾರಾಕ್ಡೆ ಯೆಲೆ, ತೆ ದಾರ್ ಅಪ್ಲ್ಯಾ ಯೆವ್ಡ್ಯಾಕುಚ್ ಅಪ್ನಿ ಉಗಡ್ಲೆ ಪೆದ್ರು ಅನಿ ದೆವಾಚೊ ದುತ್ ತ್ಯಾ ದಾರಾನಿ ಭಾಯ್ರ್ ಯೆವ್ನ್ ಉಲ್ಲೆ ದುರ್ ಗೆಲ್ಲ್ಯಾ ತನ್ನಾ ದೆವ್ ದುತ್ ಪೆದ್ರುಕ್ ಸೊಡುನ್ ಗೆಲೊ.