Acts 12:19 — Compare Translations
7 translations compared side by side
Odia - 1840
"େ ହରୋଦ ତାହାଙ୍କୁ ଖାଜେିଲେ, କିନ୍ତୁ ପାଇଲେ ନାହିଁ। ତା'ପରେ ସେ ଜଗୁଆଳୀମାନଙ୍କୁ ପଚ଼ରା ଉଚ଼ରା କରିସାରି, ସମାନଙ୍କେୁ ମୃତ୍ଯୁଦଣ୍ତ ରେ ଦଣ୍ଡିତ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ହେରୋଦ ତାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ । ପରେ ସେ ଯିହୁଦା ପ୍ରଦେଶରୁ କାଇସରିଆକୁ ଯାଇ ସେଠାରେ ରହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ହେରୋଦ ତାଙ୍କୁ ଖୋଜିବା ପାଇଁ ଆଦେଶ ଦେଲେ, କିନ୍ତୁ ସେମାନେ ତାଙ୍କୁ ପାଇଲେ ନାହିଁ। ଶେଷରେ ପ୍ରହରୀମାନଙ୍କୁ ଜେରା କରି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆଦେଶ ଦେଲେ। ଏହା ପରେ ହେରୋଦ ଯିହୁଦା ପ୍ରଦେଶରୁ ଯାଇ କାଇସରିଆରେ ରହିଲେ।
Odia Bible ERV 2004 (ପବିତ୍ର ବାଇବଲ)
ହେରୋଦ ତାହାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତା’ପରେ ସେ ଜଗୁଆଳୀମାନଙ୍କୁ ପଚରା ଉଚରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦେଲେ। ହେରୋଦ ଆଗ୍ରିପ୍ପାଙ୍କ ମୃତ୍ୟୁ ତା’ପରେ ହେରୋଦ ଯିହୂଦା ପ୍ରଦେଶରୁ ଯାଇ କାଇସରୀଆଠାରେ ରହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଯିହୂଦିୟା ପ୍ରଦେଶରୁ କାଇସରିୟା ସହରକୁ ଯାଇ ସେଠାରେ ରହିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ । ପରେ ସେ ଯିହୂଦା ପ୍ରଦେଶରୁ କାଇସରିୟାକୁ ଯାଇ ସେଠାରେ ରହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖೈ ಹುಡಕ್ಲ್ಯಾರ್ಬಿ ಹೆರೊದಾಕ್ಡೆ ಪೆದ್ರುಕ್ ಹುಡ್ಕುನ್ ಕಾಡುಕ್ ಹೊವ್ಕ್ ನಾ, ತಸೆ ಹೊವ್ನ್ ತೆನಿ ರಾಕ್ವಲ್ಯಾಕ್ನಿ ಇಚಾರುನ್ ತೆಂಕಾ ಮರ್ನ್ನಾಚಿ ಶಿಕ್ಷಾ ದಿಲ್ಯಾನ್, ಮಾನಾ ಹೆರೊದಾನ್ ಜುದೆಯಾ ಮನ್ತಲ್ಯಾ ಶಾರಾತ್ನಾ ಸೆಜರೆಯ ಮನ್ತಲ್ಯಾ ಶಾರಾಕ್ ಜಾವ್ನ್ ಥೊಡೆ ದಿಸಾ ಥೈಚ್ ಹೊತ್ತೊ.