Acts 12:20 — Compare Translations
7 translations compared side by side
Odia - 1840
"େ ହରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସମାନେେ ଦଳଦଳ ହାଇେ ତାହାଙ୍କୁ ଦେଖିବାକୁ ଆସିଲେ। ସମାନେେ ରାଜାଙ୍କର ବ୍ଯକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାୟ୍ଯ ନେଲେ। ସମାନେେ େ ହରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସମାନଙ୍କେ ଦେଶକୁ ଖାଦ୍ୟ ଆସୁଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ସନ୍ଧି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ସମୟରେ ହେରୋଦ ସୋର ଓ ସୀଦନର ଲୋକମାନଙ୍କ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ତାଙ୍କୁ ଦେଖା କରିବା ପାଇଁ ଗଲେ। ପ୍ରଥମେ ସେମାନେ ରାଜପ୍ରାସାଦ ଦାୟିତ୍ୱରେ ଥିବା ବ୍ଳାଷ୍ଟସ୍ଙ୍କୁ ବୁଝାଇ ତାଙ୍କର ସାହାଯ୍ୟ ପାଇଲେ। ତା’ପରେ ସେମାନେ ହେରୋଦଙ୍କ ପାଖକୁ ଯାଇ ଶାନ୍ତି ଭିକ୍ଷା କଲେ, କାରଣ ହେରୋଦଙ୍କ ରାଜ୍ୟରୁ ସେମାନଙ୍କ ଦେଶକୁ ଖାଦ୍ୟ ସାମଗ୍ରୀ ରପ୍ତାନୀ ହେଉଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿರ್ ಅನಿ ಸಿದೊನ್ ಮನ್ತಲ್ಯಾ ಶಾರಾಂತ್ಲಾ ಲೊಕಾಂಚೆರ್ ಹೆರೊದಾಕ್ ಲೈ ರಾಗ್ ಯೆಲ್ಲೊ, ತ್ಯಾ ಶಾರಾಂತ್ಲಿ ಲೊಕಾ ಹೆರೊದಾಕ್ ಲೆಕ್ ಭೆಟ್ವುಚೆ ಮನುನ್ ಗೊಳಾ ಹೊವ್ನ್ ಗೆಲಿ, ಅನಿ ಬ್ಲಾಸ್ತಾ ಮನ್ತಲ್ಯಾ ಹೆರೊದಾಚ್ಯಾ ವಯಕ್ತಿಕ್ ಸೆವಕಾಕ್ ಅಪ್ನಾಕ್ಡೆ ಕರುನ್ ಘೆಟ್ಲ್ಯಾನಿ, ತೆನಿ ಅಪ್ನಾಂಚ್ಯಾ ವಾಂಗ್ಡಾ ಹೆರೊದ್ರಾಜಾನ್ ಶಾಂತ್ಪಾನಾಚೊ ಕರಾರ್ ಕರುನ್ ಘೆವ್ಚೆ ಮನುನ್ ಸಾಂಗ್ಲ್ಯಾನಿ, ಕಶ್ಯಾಕ್ ಮಟ್ಲ್ಯಾರ್, ತೆಂಚ್ಯಾ ಗಾಂವಾಕ್ನಿ ಹೆರೊದಾಚ್ಯಾ ಗಾಂವಾಕ್ನಾಚ್ ಜೆವ್ನಾಕ್ ಪಾಜೆ ಹೊಲ್ಲೆ ಸಗ್ಳೆ ಯೆಯ್ ನ್ಹಯ್.