Acts 12:4 — Compare Translations
7 translations compared side by side
Odia - 1840
"ତା'ପରେ େ ହରୋଦ ପିତରଙ୍କୁ ବନ୍ଦୀ କରି କାରାଗାର ରେ ରଖିଲେ। ତାହାଙ୍କୁ ଜଗିବାପାଇଁ ଷୋହଳ ଜଣ ପ୍ରହରୀ ରହିଲେ। େ ହରୋଦଙ୍କ ଉଦ୍ଦେଶ୍ଯ ଥିଲା ନିସ୍ତାର ପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ତାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାଙ୍କୁ ଜଗିବା ପାଇଁ ସମର୍ପଣ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ବନ୍ଦୀ ହୋଇ କାରାଗାରରେ ନିକ୍ଷିପ୍ତ ହେଲେ ଏବଂ ଚାରି ଚାରି ଜଣ ସୈନ୍ୟଙ୍କୁ ନେଇ ଗଠିତ ଚାରି ଦଳ ସୈନ୍ୟ ତାଙ୍କୁ ଜଗି ରହିଲେ। ନିସ୍ତାର ପର୍ବ ପରେ ସର୍ବସାଧାରଣରେ ତାଙ୍କର ବିଚାର କରିବା ହେରୋଦଙ୍କର ଉଦ୍ଦେଶ୍ୟ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸೊಳಾ ಸೈನಿಕಾ ಪೆದ್ರುಕ್ ರಾಕ್ವಲಿ ಹೊತ್ತೆ, ಪಾಸ್ಕಾಚೊ ಸನ್ ಸರಲ್ಯಾ ತನ್ನಾ ತೆಕಾ ಲೊಕಾಂಚ್ಯಾ ಇದ್ರಾಕ್ ಹಾನುನ್ ಇಬೆ ಕರುಚೆ ಮನುನ್ ಘೆಟಲ್ಯಾನ್.