Acts 12:6 — Compare Translations
7 translations compared side by side
Odia - 1840
"ହରେୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରି ରେ ପିତର ଦୁଇଟି ଶିକୁଳି ରେ ବନ୍ଧା ହାଇେ ଦୁଇଜଣ ସୈନିକଙ୍କ ମଝି ରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖ ରେ ରହି କାରାଗାରକୁ ଜଗି ରହିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ଵାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ଦିନ ହେରୋଦ ପିତରଙ୍କୁ ଲୋକମାନଙ୍କ ସମ୍ମୁଖକୁ ଆଣିବା ପାଇଁ ସଂକଳ୍ପ କରିଥିଲେ, ତା’ର ପୂର୍ବ ରାତ୍ରିରେ ପିତର ଦୁଇ ଜଣ ପ୍ରହରୀଙ୍କ ମଝିରେ ଶୋଇଥିଲେ। ଦୁଇଟି ଜଞ୍ଜିରରେ ତାଙ୍କୁ ବନ୍ଧା ହୋଇଥିଲା ଓ କାରାଗାରର ଦ୍ୱାର ପାଖରେ ପ୍ରହରୀମାନେ ଜଗି ରହିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପିତରଙ୍କୁ ଜେଲ୍ରୁ ମୁକ୍ତି ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା’ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଶିକୁଳିରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪೆದ್ರು ದೊನ್ ಸೈನಿಕಾಂಚ್ಯಾ ಮದ್ದಿ ನಿಜಲೊ ಹೊತ್ತೊ, ಅನಿ ತೆಕಾ ದೊನ್ ಸರ್ಪೊಳಿಯಾನಿ ಭಾಂದಲೆ ಹೊತ್ತೆ, ತನ್ನಾ ರಾತ್ ಹೊಲ್ಲಿ ಅನಿ ಲೈ ಲೊಕಾ ಸೈನಿಕಾ ಧಾರಾತ್ ಬಿ ರಾಕಿತ್ ಹೊತ್ತಿ, ದುಸ್ರೆಂದಿಸಾ ಪೆದ್ರುಕ್ ಲೊಕಾಂಚ್ಯಾ ಇದ್ರಾಕ್ ಹಾನುಚೆ ಮನುನ್ ಹೆರೊದಾನ್ ಯೆವ್ವುನ್ ಘೆವ್ನ್ ಹೊತ್ತ್ಯಾನ್.