Acts 13:15 — Compare Translations

7 translations compared side by side

Odia - 1840
"ସଠାେରେ ମାଶାଙ୍କେ ପ୍ରଦତ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲୋଖାଗୁଡ଼ିକ ପଢ଼ାୟିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତବେେ କୁହ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ବ୍ୟବସ୍ଥା ଓ ଭାବବାଦୀ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର କଥା ଅଛି, ତେବେ କହନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲେଖା ପଠିତ ହେବା ପରେ, ଉପାସନା ଗୃହର କର୍ତ୍ତାମାନେ, ସେମାନଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଭାଇମାନେ, ଯଦି ଲୋକଙ୍କୁ ଉତ୍ସାହିତ କରିବା ଭଳି ଆପଣମାନଙ୍କର କିଛି ଉପଦେଶ ଦେବାର ଅଛି, ତେବେ କହନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର କଥା ଅଛି, ତେବେ କହନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಮೊಯ್ಜೆಚ್ಯಾ ಖಾಯ್ದ್ಯಾಂಚೆ ಪುಸ್ತಕ್ ಅನಿ ಪ್ರವಾದ್ಯಾಂಚೆ ಪುಸ್ತಕ್ ವಾಚುನ್ ಹೊಲೆ ಮಾನಾ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಚ್ಯಾ ಮುಖಂಡಾನ್ ಪಾವ್ಲುಕ್, ಅನಿ ಬಾರ್ನಾಬಾಸಾಕ್ ಭಾವಾನು, ಹಿತ್ತೆ ಹೊತ್ತ್ಯಾ ಲೊಕಾಕ್ನಿ ಉಮ್ಮೆದ್ ಬರಿ ಸಾರ್ಕೆ ತುಮಿ ಕಾಯ್‍ ತರಿಬಿ ಸಾಂಗುಚೆ ಮನುನ್ ರ್‍ಹಾಲ್ಯಾರ್ ದಯಾ ಕರುನ್ ಸಾಂಗಾ! ಮನುನ್ ಖಬರ್ ಧಾಡ್ಲ್ಯಾನಿ.