Acts 13:46 — Compare Translations
7 translations compared side by side
Odia - 1840
"କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, ପରମେଶ୍ବରଙ୍କର ସୁସମାଚ଼ାର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାୟିବା ଆବଶ୍ଯକ ଥିଲା। କିନ୍ତୁ ତୁମ୍ଭମାନେେ ତାହା ଅସ୍ବୀକାର କରିବାରୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ଯ ଭାବି ନ ଥିବାରୁ ଆମ୍ଭମାନେେ ଅନ୍ୟଜାତୀୟମାନଙ୍କ ପାଖକୁ ୟିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ଵରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନ; ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ବିଜାତିମାନଙ୍କ ନିକଟକୁ ଯାଉଅଛୁ,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ପାଉଲ ଓ ବର୍ଣ୍ଣବା ଆହୁରି ଦୃଢ଼ ଭାବରେ କହିଲେ, ‘ତୁମ୍ଭମାନଙ୍କ ନିକଟରେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ ଥିଲା। କିନ୍ତୁ ତୁମେ ଅନନ୍ତ ଜୀବନ ପାଇବା ପାଇଁ ନିଜକୁ ଅଯୋଗ୍ୟ ଭାବି ଏହାକୁ ଅଗ୍ରାହ୍ୟ କରିଥିବାରୁ, ଆମେ ତୁମକୁ ପରିତ୍ୟାଗ କରି ଅଣଇହୁଦୀମାନଙ୍କ ନିକଟକୁ ଯିବା।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଅଛୁ,
Odia IRV 2017 (ଓଡିଆ ବାଇବେଲ)
ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ ଯାଉଅଛୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪಾವ್ಲುನ್ ಅನಿ ಬಾರ್ನಾಬಾನ್ ಧೈರೊ ಘೆವ್ನ್ ಬೊಲುನ್ ಆಮಿ ತುಮ್ಚ್ಯಾ ವಾಂಗ್ಡಾ ಅದ್ದಿಚ್ ದೆವಾಚಿ ಗೊಸ್ಟಿಯಾ ಬೊಲ್ಲ್ಯಾಂವ್, ಖರೆ ತುಮಿ ತೆ ಆಯ್ಕಿನಸ್ತಾನಾ ನಾಸ್ ಹೊಯ್ ನಸಲ್ಲ್ಯಾ ಜಿವಾಕ್ನಾ ಧುರ್ ಹೊಲ್ಯಾಸಿ.