Acts 14:15 — Compare Translations
7 translations compared side by side
Odia - 1840
" ହେ ଲୋକମାନେ ତୁମ୍ଭମାନେେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କବଳେ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ଯହୀନ ବିଷୟଗୁଡ଼ିକ ଠାରୁ ଦୂ ରଇେ ରହି ଜୀବନ୍ତ ପରମେଶ୍ବରଙ୍କ ଆଡ଼କୁ ଫରୋଇବା ପାଇଁ ଆମ୍ଭେ ଆସିଛୁ। ସହେି ପରମେଶ୍ବର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ଯସ୍ତ ବିଷୟ ସୃଷ୍ଟି କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ଵରଙ୍କ ପ୍ରତି ଫେରନ୍ତି । ସେ ଆକାଶମଣ୍ତଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
“ତୁମ୍ଭେମାନେ କାହିଁକି ଏହା କରୁଛ? ଆମେ ତୁମ ପରି ମନୁଷ୍ୟ ମାତ୍ର। ତୁମ ନିକଟରେ ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ଓ ଏହି ଅସାର ବିଷୟଠାରୁ ନିବୃତ୍ତ ହୋଇ, ଆକାଶ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା ଜୀବନ୍ତ ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ଏଠାକୁ ଆସିଅଛୁ।
Odia Bible ERV 2004 (ପବିତ୍ର ବାଇବଲ)
“ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
Odia IRV 2017 (ଓଡିଆ ବାଇବେଲ)
ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହି ସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ଫେରନ୍ତି । ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೊಕಾನು, ತುಮಿ ಹೆ ಸಗ್ಳೆ ಕಶ್ಯಾಕ್ ಕರುಲ್ಲ್ಯಾಸಿ? ಅಮಿ ದೆವಾ ನ್ಹಯ್, ಅಮಿಬಿ ತುಮ್ಚ್ಯಾ ಸಾರ್ಕಿ ಮಾನ್ಸಾ, ತುಮ್ಕಾ ದೆವಾಚಿ ಬರಿ ಖಬರ್ ಸಾಂಗುಚೆ ಮನುನ್ ಅಮಿ ಹಿತ್ತೆ ಹಾತ್, ಜಿವ್ ಸ್ವರುಪಾಚ್ಯಾ ದೆವಾಕ್ಡೆ ಪರ್ತುನ್ ಯೆವಾ,ಸಮುಂದರ್ ಮಳ್ಬ್, ಜಿಮಿನ್ ಅನಿ ತ್ಯಾತುರ್ ಹೊತ್ತೆ ಹರ್ ಎಕ್ಬಿ ರಚಲ್ಲೊ ತೊಚ್.