Acts 14:17 — Compare Translations

7 translations compared side by side

Odia - 1840
"କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ଯ ଦଇେ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ବର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ଯ ଦଇେଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦ ରେ ଭରି ଦିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ସେ ଆପଣାକୁ ସାକ୍ଷ୍ୟବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁଗୁଡ଼ିକ ଦେଇ ଭକ୍ଷ୍ୟ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ତାଙ୍କର ସକଳ ଉତ୍ତମ କାର୍ଯ୍ୟ ଦ୍ୱାରା ସେ ସର୍ବଦା ତାଙ୍କର ଅସ୍ତିତ୍ୱର ସୂଚନା ଦେଇଛନ୍ତି; ସେ ଆକାଶରୁ ବୃଷ୍ଟି ଓ ଉପଯୁକ୍ତ ସମୟରେ ଫସଲ ଦିଅନ୍ତି, ଖାଦ୍ୟ ଯୋଗାନ୍ତି ଓ ଆନନ୍ଦରେ ତୁମ ହୃଦୟ ପୂର୍ଣ୍ଣ କରନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାଁନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅಪ್ನಿ ಎಕ್ಲೊಚ್ ಖರೊ ದೆವ್ ಮನ್ತಲೆ ತೆನಿ ಅಪ್ಲ್ಯಾ ಬರ್‍ಯಾ ಕಾಮಾನಿ ದಾಕ್ವುಲ್ಯಾನ್, ತೆನಿ ತುಮ್ಕಾ ಮಳ್ಬಕ್ನಾ ಪಾವ್ಸ್ ದಿವ್ನ್ ಜೆವ್ನಾ ಸಾಟ್ನಿ ಸಮಾ ಎಳಾರ್ ಪಿಕ್ ದಿವ್ನ್ ತುಮ್ಚ್ಯಾ ಮನಾಕ್ನಿ ಉಮ್ಮೆದಿನ್ ಭರಿಸಾರ್ಕೆ ಕರ್‍ಲಾ.