Acts 15:10 — Compare Translations
7 translations compared side by side
Odia - 1840
"ତେଣୁ, ତୁମ୍ଭମାନେେ କାହିଁକି ଶିଷ୍ଯମାନଙ୍କ କାନ୍ଧ ରେ ୟୁଆଳି ରଖି ପରମେଶ୍ବରଙ୍କୁ ପରୀକ୍ଷା କରୁଛ? ଆମ୍ଭମାନେେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ୟୁଆଳି ଭାର ସହି ପାରିଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଯୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ଵରଙ୍କୁ ପରୀକ୍ଷା କରୁଅଛନ୍ତି?
Odia BSI (ପବିତ୍ର ବାଇବଲ (CL) NT (BSI))
ତାହାହେଲେ ଯେଉଁ ବୋଝ ବୋହିବା ପାଇଁ ଆମ ପୂର୍ବପୁରୁଷ ଓ ଆମେ ସମର୍ଥ ହୋଇପାରିଲୁ ନାହିଁ, ତୁମେ ବର୍ତ୍ତମାନ ବିଶ୍ୱାସୀମାନଙ୍କ ପିଠିରେ ତାହା ଲଦି ଦେଇ କାହିଁକି ଈଶ୍ୱରଙ୍କୁ ପରୀକ୍ଷା କରିବାକୁ ଚାହୁଁଛ?
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ, ତୁମ୍ଭେମାନେ କାହିଁକି ଶିଷ୍ୟମାନଙ୍କ କାନ୍ଧରେ ଯୁଆଳି ରଖି ପରମେଶ୍ୱରଙ୍କୁ ପରୀକ୍ଷା କରୁଛ? ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି?
Odia IRV 2017 (ଓଡିଆ ବାଇବେଲ)
ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ୱରଙ୍କ ପରୀକ୍ଷା କରୁଅଛନ୍ତି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ರಾತಾನಾ, ಜುದೆವಾಂಚೆ ನ್ಹಯ್ ಹೊಲ್ಲ್ಯಾ ಭಾವಾಂಚ್ಯಾ ಖಾಂಜ್ಯಾರ್ ಲೈ ಜೆಡ್ ಹೊತ್ತೆ ವಜ್ಜೆ ಕಶ್ಯಾಕ್ ವಾವ್ತ್ಯಾಸಿ, ತುಮಿ ದೆವಾಕ್ ರಾಗ್ ಯೆಯ್ ಸಾರ್ಕೆ ಕರ್ತ್ಯಾಶಿ ಕಾಯ್? ಅಮ್ಕಾ ಹೊಂವ್ದಿತ್, ಅಮ್ಚ್ಯಾ ವಾಡ್ ವಡ್ಲಾಕ್ನಿ ಹೊಂವ್ದಿತ್ ಹೆ ವಜ್ಜೆ ವಾವಿ ಸಾರ್ಕೆ ಬಳ್ ನತ್ತೊ!.