Acts 15:28 — Compare Translations

7 translations compared side by side

Odia - 1840
"ପବିତ୍ର ଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚ଼ିତ ମନେ ହେଲା ଯେ, ତୁମ୍ଭମାନେେ ଏହି କତେୋଟି ବିଷୟ ଛଡ଼ା ଆଉ ଅଧିକ ବୋଝ ରେ ଭାରାକ୍ରାନ୍ତ ହବୋ ଠିକ୍ ନୁହେଁ। ତେଣୁ ଏହି କତେୋଟି ଆବଶ୍ଯକୀୟ ବିଷୟଗୁଡ଼ିକ ତୁମ୍ଭମାନେ କରିବ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ଵାସରୋଧ ଦ୍ଵାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ବିହିତ ବୋଧ ହେଲା;
Odia BSI (ପବିତ୍ର ବାଇବଲ (CL) NT (BSI))
କେତୋଟି ଆବଶ୍ୟକୀୟ ନିୟମ ବ୍ୟତୀତ ତୁମ ଉପରେ ଆଉ କୌଣସି ଭାର ନ ପକାଇବା ପାଇଁ ଆମେ ପବିତ୍ରଆତ୍ମାଙ୍କଠାରୁ ନିର୍ଦ୍ଦେଶ ପାଇଛୁ।
Odia Bible ERV 2004 (ପବିତ୍ର ବାଇବଲ)
ପବିତ୍ରଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚିତ୍ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ। ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟ ଗୁଡ଼ିକ ତୁମ୍ଭେମାନେ କରିବ:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା;
Odia IRV 2017 (ଓଡିଆ ବାଇବେଲ)
କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಅನಿಬಿ ಲೈ ವಜ್ಜೆ ರ್‍ಹಾವ್ಚೆ ನ್ಹಯ್ ಮನ್ತಲೊ ಪವಿತ್ರ್ ಆತ್ಮ್ಯಾಚೊ ನಿರ್ದಾರ್, ತೆಕಾ ಅಮಿ ಒಪ್ಸುನ್ ಘೆಟ್ಲಾತ್ ತುಮಿ ಹಿ ಕಾಮಾ ಯೆವ್ಡಿಚ್ ಮಾನುಚೆ.